ଶିକ୍ଷା
ଶିକ୍ଷା
ମନ ଦେଇ ପାଠ ପଢରେ ପିଲାଏ
ମନ ଦେଇ ପଢ ପାଠ,
ପାଠ ନପଢିଲେ ପିଲା ବୟସରୁ
ଭବିଷ୍ୟତ ହୁଏ ନଷ୍ଟ ।
ପାଠ ପଢି ପିଲେ ଜ୍ଞାନ ଅରଜିବ
ଏହା ଅଟେ ମହାଧନ,
ଏହି ଧନ ଅଟେ ସଦା ସୁରକ୍ଷିତ
ଜୀବନ କରଇ ଧନ୍ୟ ।
ଶିକ୍ଷା ଓ ସଂସ୍କୃତି ମାନବ ଜୀବନେ
ଆଲୋକ ହିଁ ଦେଇଥାଏ,
ସେହି ଆଲୋକରେ ବିଶ୍ଵର ବିକାଶ
ନିରନ୍ତର ହେଉଥାଏ
ଶିକ୍ଷା କରି ଥାଏ ଦେଶ ଟିର ହୀତ
କରିଥାଏ ସଚେତନ,
ଶିକ୍ଷାର ଉନ୍ନତି ଦେଶର ପ୍ରଗତି
ବିଶ୍ବକୁ ଦିଅ ଆହ୍ଵାନ ।
