STORYMIRROR

Sunanda Mohanty

Classics Others Children

3  

Sunanda Mohanty

Classics Others Children

ବିଶ୍ୱସ୍ତ

ବିଶ୍ୱସ୍ତ

1 min
193


ଡହଡହ ଅପରାହ୍ନରେ 

ଛୋଟା ଗୋଡ଼ଟାରେ 

କୁକୁର ଟି ଖାଦ୍ୟ ଅନ୍ୱେଷଣ ରେ 

ତାପାଇଁ କଣ ଖାଦ୍ୟ ନାହିଁ 

ମୁନା ଭାବିଲା ଟିକିଏ ରହି 

ତା ପଛେ ପଛେ ଥାଏ ଗୋଡ଼ାଇ 

ଢେଲା ଫିଙ୍ଗିବାକୁ ମନ ହେଲା ନାହିଁ 

ବଡ଼ ମାନେ ଟିକିଏ କଥାରେ 

କୁକୁରଟା କହି ବେଳ ଅବେଳରେ 

ମନକୁ ହାଲକା କରନ୍ତି କାହିଁ ଉତ୍ତରରେ 

ମୁନା ବିସ୍କୁଟ ପକାଏ ତା ଆଗରେ 

ବୁଲୁଛି କୁକୁର ଦୁଆରେ ଦୁଆରେ 

କାହିଁକି ବୁଲେ ପନ୍ଦାରେ ପନ୍ଦାରେ? 

ତାକୁ ନେଇ ବାନ୍ଧିଦେଲା ଘରେ 

କୁଣିଆ ଘର ଚାଲିଗଲେ ସମେସ୍ତେ 

ମୁନା ଘରେ ଚୋର ପଶିଲେ ଆସ୍ତେ 

କୁକୁର ପାଇଁ ସେଦିନ ମୁନା 

ରକ୍ଷା ପାଇଗଲା ଘର ନହେଲା ଚୁନା 

କାମୁଡି ଚୋର କୁ କଲା ନୟାନ୍ତ 

ଛାଡି ଚାଲିଗଲେ ଚୋର ସମସ୍ତ 

ସେହିଦିନ ଠାରୁ ମୁନା କହେ ସମସ୍ତଙ୍କୁ 

ଖାଦ୍ୟ ଆଶ୍ରୟ ଦେବା କୁକୁରଙ୍କୁ 

ବିଶ୍ୱସ୍ତ ଅତି ସେ ଆମେ ନହେବା ନିର୍ଦୟ 

ଢେଲାଛାଡି ଛୋଟା କରିବାନି ନିରାଶ୍ରୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics