STORYMIRROR

Pratima Satpathy

Classics

4  

Pratima Satpathy

Classics

ସ୍ନେହ ମମତାର ସାକ୍ଷୀ ରାକ୍ଷୀ

ସ୍ନେହ ମମତାର ସାକ୍ଷୀ ରାକ୍ଷୀ

1 min
240


ବରଷକେ ଥରେ ଶ୍ରାବଣ ପୂର୍ଣ୍ଣିମା

    ରାକ୍ଷୀର ପସରା ନେଇ

ହସ ଖୁସି, ସ୍ନେହ ମମତାର ଡୋରି 

   ଦେଇଛି ରେ ପହଞ୍ଚାଇ ।


ଭାଇର ହାତରେ ଭଉଣୀର ରାକ୍ଷୀ

    ଦିଶୁଥାଏ ଶୋଭାବନ

ସ୍ନେହ ମମତାର ଅଲିଭା ସାକ୍ଷୀ ସେ

     ରଖିବ ଭଉଣୀ ମାନ।


ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ

    ପବିତ୍ର ବନ୍ଧନ ଟିଏ

ସ୍ନେହ, ପ୍ରେମ, ଶ୍ରଦ୍ଧା,ମମତାର ଡୋରି

    ରାକ୍ଷୀ ନାମ ହୋଇଥାଏ।


ଗୋଟିଏ ମାଆର ଗର୍ଭରେ ଜନମ

   ଏକରକ୍ତ ଦୁଇ ଦେହ 

ଗୋଟିଏ ବୃକ୍ଷର ଦୁଇଗୋଟି ଶାଖା

    ଅସୀମ ଅମାପ ସ୍ନେହ।


ଭାଇର ମଥାରେ ସିନ୍ଦୂର ଚନ୍ଦନ

    ଅକ୍ଷତ ଓ ଫୁଲ ଦେଇ

ହାତରେ ରକ୍ଷାର ବନ୍ଧନ ବାନ୍ଧଇ

    ମିଠାକୁ ଦିଏ ଖୁଆଇ ।


ବଡ଼ ଭାଇ ପାଶେ ସାନ ଭଉଣୀଟି

    କରିଥାଏ ଏହି ଅଳୀ

ଜୀବନରେ ଯେତେ ଆସୁ ଝଡ ଝଞ୍ଜା

    ସମ୍ପର୍କ ଦେବନି ଟାଳି।


ସାନକୁ କହଇ ଗେହ୍ଲା ଭାଇ ମୋର

    ମୋ ଉପରେ ରାଗିବୁନି

ମୁଁ ଅଟେ ତୋହର ବଡ ଭଉଣୀ ଟି

    ମୋ କଥା ଭୂଳିଯିବୁନି।


ଭାଇଙ୍କର ଶୁଭ ମନାସି ଭଉଣୀ

   ଠାକୁରଙ୍କୁ ଡାକୁ ଥାଏ 

ଭାଇଙ୍କୁ ମୋହର ଭଲରେ ରଖନ୍ତୁ

    ଏତିକି ମାଗୁଣୀ ପାୟେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics