Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Classics Inspirational

4  

Satyanarayan Sahoo

Abstract Classics Inspirational

ସ୍ନେହ ର ରେଶମୀ ଡୋର

ସ୍ନେହ ର ରେଶମୀ ଡୋର

1 min
397



ସ୍ନେହ ର ରେଶମୀ ଡୋର ଲାଗି ଥାଏ

ଆହା କେଡେ ମନୋହର

ଗହ୍ମା ପୂର୍ଣ୍ଣିମା ରେ ଭାଇ ର ହାତରେ

ଭଉଣୀ ମାନେ ଆଦର ।


କରି ଭାଇ ପ୍ରତି ତା' ବାନ୍ଧି ଥାଆନ୍ତି

ରକ୍ଷା ବନ୍ଧନ ଉତ୍ସବ

ପାଳନ କରନ୍ତି ହରଷ ରେ ମାତି

ମନେ ଜlଗେ ଦିବ୍ୟ ଭାବ ।


ପ୍ରତ୍ୟେକ ବରଷ ଶ୍ରାବଣ ପୂର୍ଣ୍ଣିମା

ଦିନ ରେ ରକ୍ଷା ବନ୍ଧନ

ଭାଇ ଭଉଣୀ ଙ୍କ ଆନନ୍ଦ ଉଲ୍ଲାସ

ମଧ୍ୟରେ ଏହା ପାଳନ ।


ସ୍ନେହ ର ରେଶମୀ ଡୋର ଟିଏ କିଣି

ଭଉଣୀ ମାନେ ଆଣନ୍ତି

ଶ୍ରଦ୍ଧା ପ୍ରୀତି ସ୍ରୋତ ଧାର ପ୍ରବାହିତ

ଭାଇ ହାତେ ବାନ୍ଧି ଥାନ୍ତି ।


 ଅନୁଷ୍ଠିତ ହୁଏ  ମନ୍ଦିର ରେ ଏହି

ଦିନ ନାନା ଜାତ ପୂଜା

ରାଧା କୃଷ୍ଣ ଙ୍କ ର ଝୁଲଣ ଏ ଦିନେ

ଲାଗେ ପୁଣି କେତେ ମଜା ।


ପ୍ରାଚୀନ କାଳରୁ ପାଳିତ ହେଉଛି

ଏହା ଆମ ଭାରତ ରେ

ସଭ୍ୟତା ସଂସ୍କୃତି ଗରିମା ପ୍ରସାର

କରେ ଏ ନାନା ଭାବ ରେ ।


ଏହି କ୍ଷୁଦ୍ର ଡୋର ସ୍ନେହ ଦାନେ ଚିର

ହୋଇ ଥାଏ ନିତି ନିତି

ପ୍ରତି ବର୍ଷ କେତେ ଖୁସି ଉନ୍ମାଦନା

ଉଦ୍ରେକ କରାଏ ପ୍ରୀତି , ।


ସ୍ନେହ ମମତାର ଅତୁଟ ଆଶ୍ରୟ

ସ୍ନେହ ର ରେଶମୀ ଡୋର

ସମାଜ ଜୀବନେ ସ୍ନେହ ଅରପଣେ

ଭାଇ ପ୍ରତି ଭଉଣୀ ର ।



Rate this content
Log in

Similar oriya poem from Abstract