Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Behera

Classics

4  

Kailash Chandra Behera

Classics

ରାକ୍ଷୀ ରହିଲା ସାକ୍ଷୀ

ରାକ୍ଷୀ ରହିଲା ସାକ୍ଷୀ

1 min
396



ଶ୍ରାବଣ ମାସର     ପୂର୍ଣ୍ଣିମା ଦିନଟି

     ଅଟଇ ଭାରି ପବିତ୍ର ,

ଭାଇ ହସ୍ତେ ରାକ୍ଷୀ  ବାନ୍ଧିବାର ନୀତି

     ପାଳନ ହୁଏ ସର୍ବତ୍ର ।

ନୂଆ ଲୁଗା ପିନ୍ଧି   ଥାଳିରେ ସଜାଇ

    ଭାଇପାଶେ ଭଗ୍ନୀ ଯାଏ ,

ବନ୍ଦାପନା କରି   ରାକ୍ଷୀ ବାନ୍ଧିଦେଇ

   ମିଠେଇ ଖୁଆଇ ଦିଏ ।

ତା' ବଦଳେ ଭାଇ  କିଛି ଟଙ୍କା ଦେଇ

   ଭଉଣୀ ମନକୁ ତୋଷେ , 

ଭାଇ ଭଉଣୀଙ୍କ    ପବିତ୍ର ବନ୍ଧନ 

    ରହିଛି ଆମରି ଦେଶେ ।

ଶ୍ରୀକୃଷ୍ଣଙ୍କ ହସ୍ତେ   ଦ୍ରଉପଦୀ ଦିନେ

    ରାକ୍ଷୀ ବାନ୍ଧି ଦେଇଥିଲେ ,

ଦୁଃଶାସନ ହସ୍ତେ   ଉଲଗ୍ନ ସମୟେ

    ଶ୍ରୀକୃଷ୍ଣ ସହାୟ ହେଲେ ।

ବଳରାମଙ୍କର     ଜନ୍ମଦିନ ବୋଲି

     ପୂଜା ହୁଅଇ ଲଙ୍ଗଳ , 

ଗାଈ ବଳଦଙ୍କୁ     ହଳଦୀ ଲଗାଇ

     ପୂଜିଲେ ହୁଏ ମଙ୍ଗଳ ।

ଗହ୍ମା ଅସୁରର   ମୃତ୍ୟୁ ହେଲାବୋଲି

      ପିଲାଏ ଗହ୍ମା କରନ୍ତି ,

ତୋରଣେ ଝୁଲାଇ  ନାନା ଦ୍ରବ୍ୟମାନ

      ଗହ୍ମା ଉପରେ ଡିଅଁନ୍ତି ।

କାଉଡ଼ିଆମାନେ   ଶିବଙ୍କ ମସ୍ତକେ

      ଜଳାଭିଷେକ କରନ୍ତି ,

ଏହିପରି ନାନା    ରୀତିନୀତିମାନ

       ଖୁସିରେ ସର୍ବେ ପାଳନ୍ତି ।



Rate this content
Log in

Similar oriya poem from Classics