STORYMIRROR

Anjana Naik,Anju..Deogarh

Classics

4  

Anjana Naik,Anju..Deogarh

Classics

ଗୁରୁ ସେବା କର......

ଗୁରୁ ସେବା କର......

1 min
287


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଯେ ଈଶ୍ୱର 

ତାଙ୍କ ପଦ ଯୁଗଳରେ କୋଟି ନମସ୍କାର 


ବିଦ୍ୟାଳୟ ପରିସର ମନ୍ଦିର ସମାନ

ସେହି ସ୍ଥାନ ଗଢ଼ି ଥାଏ ଛାତ୍ରର ଜୀବନ


ଗୁରୁଙ୍କ ପାଖରେ କେହି ନାହିଁ ବଡ଼ ସାନ 

ଗୁରୁଙ୍କ ସାନ୍ନିଧ୍ୟ ପାଇ ଛାତ୍ର ଯେ ମହାନ


ଜୀବନର ଅନ୍ଧକାରେ ସେ ଅଟନ୍ତି ପ୍ରଦୀପ 

ଦୂର କରିଦେଇ ଥାନ୍ତି ମନର କଳୁଷ 


ବିଦ୍ୟା ଦାନ ମହାଦାନ ତାଙ୍କର ମହିମା 

କେ ଗଣି ପାରିବ ତାଙ୍କ ସ୍ନେହ ପରିସୀମା 


କର୍ମ ଗୁରୁ, ଧର୍ମ ଗୁରୁ ଗୁରୁ ଯେ ଆକାଶ 

ଚ଼ାରିଆଡ଼େ ଶୋଉାପାଏ ଗୁରୁଙ୍କ ପ୍ରକାଶ


ମୁଁ ମାଟି ପିଣ୍ଡୁଳାଥିଲି ହେଲି ଆଜି ବିଜ୍ଞ

ଗୁରୁଙ୍କର ଅବଦାନେ ହୋଇ ଅଛି ଧନ୍ୟ


ଗୁରୁ ସଦା ହୃଦୟରେ ବାସ ଯେ କରନ୍ତି 

ଅନ୍ଧାର ରାତିରେ ସଦା ଆଲୋକଦେଖାନ୍ତି


ତାଙ୍କ ପାଦତଳେ କର ଭକତି ଅର୍ପଣ

ଗଢ଼ିଦେବେ ଭବିଷ୍ୟତ ସୁନ୍ଦର ଶୋଭନ 


ଗୁରୁ ବିନା ଜୀବନର ମାନେ କିଛି ନାହିଁ 

ଗୁରୁଙ୍କର ଋଣ କେହି ସୁଝି ପାରିନାହିଁ 

ଗୁରୁଙ୍କର ଋଣ କେହି ସୁଝି ପାରିନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics