STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଗୁରୁ ପାଦ ପଦ୍ମେ ରଖିଲେ ଲୟ

ଗୁରୁ ପାଦ ପଦ୍ମେ ରଖିଲେ ଲୟ

1 min
236

ଗୁରୁ ବିତରନ୍ତି ବିଦ୍ୟା ଔଜଲ୍ୟ

ଝରେ ଯହୁଁ ଦୀପ୍ତି ଆଲୋକ ଦିବ୍ୟ ।

ଶିଷ୍ୟ ଙ୍କୁ ତାରନ୍ତି , ସେନେହ ମୟ

ଭାବ ବ୍ୟବହାରେ ଆନନ୍ଦ ମୟ ।

ତଥ୍ୟ ତତ୍ତ୍ୱ ଉପଦେଶ ଅମୀୟ

ବିନାଶେ ତାପ ,ଚିନ୍ତା ,ଶୋକ ,ଭୟ ।

ପୂତ ଭାବ ଧାରା ବିତରି ପୂଣ୍ୟ

ଉପାର୍ଜନେ ଗୁରୁ ହୋନ୍ତି ସହାୟ ।

ଗୁରୁବିନା କାହିଁ ମିଳେନା ପୂଣ୍ୟ

ପୂଣ୍ୟ ବିନା କେବେ ହୁଏ ନା ଜୟ ।

ଅସୀମ ସାହସ ଦମ୍ଭ ଓ ଧୈଯ୍ୟ

ଧରି ଯେ ସlଧନ୍ତି ଆପଣା କାର୍ଯ୍ୟ ।

ଅଜ୍ଞାନ ମନ ରେ ଜ୍ଞାନ ଅମୀୟ

ବିତରି ନାଶନ୍ତି ଶିଷ୍ୟ ର ଜାଡ୍ୟ ।

ଛାତ୍ର ଛାତ୍ରୀ ହୋଇ ଗୁରୁ ଙ୍କ ପ୍ରିୟ

ଅଧ୍ୟୟନ କଲେ ତେଜି ଆଳସ୍ୟ ।

ମନ ଧ୍ୟାନ ଦେଲେ ଆୟତ୍ତ ବିଦ୍ୟା

ଅସୀମ ଆୟାସ ତ୍ୟାଗ ତପସ୍ୟା ।

ଦୃଢ଼ ଇଚ୍ଛାଶକ୍ତି ଭାବ ଗlମ୍ଭିଯ୍ୟ

ଶିକ୍ଷା ଲାଭ ପାଇଁ କରେ ସାହାର୍ଯ୍ୟ ।

ଗୁରୁ ଯେ ଅଟନ୍ତି ଈଶ୍ୱର ତୁଲ୍ୟ

ଗୁରୁ ଙ୍କ ବଚନ ଅଟେ ଅମୂଲ୍ୟ  ।

ଜୀବନ ଦେଖାଏ ସର୍ବଦା ଦିବ୍ୟ

ଚିନ୍ତା ,ସନ୍ଦେଶ ,ସୁପଥ ,ବୈଫଲ୍ୟ ।

ବିନାଶେ, ସlହସେ ହୁଏ ସହାୟ

ବିଦ୍ୟା ,ଜ୍ଞାନ ,ଶିକ୍ଷା ର ମହନୀୟ

ଉଦ୍ୟମ ,ନିଷ୍ଠା ,ଓ ଅଧ୍ୟବସାୟ ।

ମନୋବଳ ,ଦୃଢ଼ ପ୍ରତିଜ୍ଞା ,ସତ୍ୟ

ପାଳନ ପାଇଁ କି ,ଯୋଗାଏ ,ଶୌଯ୍ୟ ।

ପରାକାଷ୍ଠା ,ଚେଷ୍ଟା ,ଉତ୍ସାହ ମୟ

ତୀତିକ୍ଷା ,ତ୍ୟାଗ ,ଓ ତପସ୍ୟା ପୂଣ୍ୟ ।

ପୂତ ଚିନ୍ତା ଧାରା ଆହା କି ଦିବ୍ୟ

ଅଲୌକିକ ଶକ୍ତି ସ୍ରୋତ ମାଧୁର୍ଯ୍ୟ ।

ଭାବ ମାଧୁରୀ ରେ କି ମଧୁ ମୟ

ଜୀବନ ଗଢ଼ନ୍ତି ଗୁରୁ ହିଁ ନିତ୍ୟ ।

ଗୁରୁ ହିଁ ଜଗତେ ମହିମା ମୟ

ତାଙ୍କ କରୁଣା ରେ ସିନା ଔତ୍କର୍ଷ୍ୟ ।

ପ୍ରକାଶେ ଅଜ୍ଞାନ ମଣିଷ ଦିବ୍ୟ

ଗୁରୁ କୃପା ପାଇ ହୁଅଇ ଧନ୍ୟ ।

ପ୍ରଥମ ରେ ପିତା ମାତା ,ଦ୍ଵିତୀୟ

ଗୁରୁ ଯେ ଶିକ୍ଷକ ଦ୍ୟନ୍ତି ସୁଦିବ୍ୟ ।

ପ୍ରେରଣା ଦାୟକ ,ଉତ୍ସାହ ବାକ୍ୟ

ଦ୍ଵାରା ଶକ୍ତି , ଚିନ୍ତା , ଜାଗୃତି ,ଧୈଯ୍ୟ ।

ତାଙ୍କ ପାଦ ପଦ୍ମ ରଖିଲେ ଲୟ

ସକଳ କାର୍ଯ୍ୟ ରେ ସର୍ବଦା ଜୟ ।


Rate this content
Log in

Similar oriya poem from Abstract