STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ରଖିବା ଭାଷା ସମ୍ମାନ

ରଖିବା ଭାଷା ସମ୍ମାନ

1 min
221


ରହିବା ଯେଉଁଠି କହିବା ସେ ଭାଷା 

କରିବା ତାର ଆଦର

ଓଡ଼ିଶା ମାଟିରେ ଓଡ଼ିଆ କହିବା 

ନିହାତି ତ ଦରକାର ।

ବହୁଭାଷା ଜ୍ଞାନ ନୁହଁଇ ଖରାପ

ଅଧିକନ୍ତୁ ଅଟେ ଭଲ

ଜ୍ଞାନୀ ଗୁଣୀ ଲୋକେ ସ୍ୱମାତୃଭାଷାକୁ 

ଦିଅନ୍ତି ଅଗ୍ରାଧିକାର । 

ଓଡ଼ିଆ ଅଟଇ ପ୍ରାଚୀନ ସମୃଦ୍ଧ 

ବିଶ୍ୱର ଉନ୍ନତ ଭାଷା 

ସଂସ୍କୃତି ବିଭାଗ ପ୍ରଦାନ କରିଛି 

ଶାସ୍ତ୍ରୀୟ ବିଧି ମାନ୍ୟତା । 

ଲେଖିବା କହିବା ପଢିବା ଓଡ଼ିଆ 

ରହିବା ସଦା ସଜାଗ

ଉଠାଇବା ସ୍ୱର ଭାଷା ସମ୍ବର୍ଦ୍ଧନେ

ବଢିବ ଭାଷା ସମ୍ମାନ ।

 --------


Rate this content
Log in

Similar oriya poem from Inspirational