STORYMIRROR

Aishwarya Mishra

Children

3  

Aishwarya Mishra

Children

ସାହା ତୁମେ ଭୋଳାଶଙ୍କର

ସାହା ତୁମେ ଭୋଳାଶଙ୍କର

1 min
265


ଜଳି ଉଠୁ ମହାଦୀପ ମୋର ହୃଦ-ମନ୍ଦିରେ

କୃପା କର ମହାଦେବ ଘୁଞ୍ଚୁ ତମସା ଦୂରେ ।। ୧ ।।


ହୁଅ ବାରେ ତୋଷ, ପ୍ରଭୁ ! ଝରୁ ଆଶିଷ ଧାରା 

ଆତ୍ମ-ଜ୍ୟୋତି ତେଜି ଉଠୁ, ଭେଦି ଶରୀର କାରା 

କରୁଛି ମୀନତି ଦେବ, ତବ ଶ୍ରୀଚରଣରେ

କୃପା କର ମହାଦେବ ଘୁଞ୍ଚୁ ତମସା ଦୂରେ ।। ୨ ।।


ବିଷ ପାନ କରି ପ୍ରଭୁ ରକ୍ଷା କଲ ପୃଥିବୀ 

ତୁମ୍ଭରି ଆଦେଶେ ଆତ-ଯାତ ହୁଅନ୍ତି ରବି ।। ୩ ।।


ଦେବ ଦେବ ମହାଦେବ ଆହେ ଦୁଃଖ-ନାଶନ 

ଭକତଙ୍କ ପାଶେ ଥାଏ, ତୁମ୍ଭରି ମନ

ଆଶୁତୋଷ ହୁଅ ତୋଷ , ଏହି ମହା ଜାଗରେ

ଜଳି ଉଠୁ ମହାଦୀପ ମୋର ହୃଦ-ମନ୍ଦିରେ ।। ୪ ।।


ଉମାପତି ମହାଯୋଗୀ ଘେନ ପ୍ରଣାମ ମୋର

ସୁଖେ ଦୁଃଖେ ସାହା ହୁଅ, ଆହେ ଭୋଳାଶଙ୍କର ।। ୫ ।।


Rate this content
Log in

Similar oriya poem from Children