ଚାଷୀଟିଏ ମୁହିଁ
ଚାଷୀଟିଏ ମୁହିଁ
ଚାଷୀଟିଏ ମୁହିଁ ଚାଷୀଟିଏ
ମୋ ଗାଆଁ ମାଟିର ଲୋକଟିଏ
ପାଣି କାଦୁଅରେ କାମ କରୁଥାଏ
ମିଳିଲେ ମିଳଇ ମୁଲଟିଏ।
କ୍ଷେତରେ ସଦା ମୁଁ ପଡ଼ି ଥାଏ
ସୁନାର ଫସଲ ଢାଳିଥାଏ
ସଭିଙ୍କୁ ଆହାର ଯୋଗାଇ ଯୋଗାଇ
ଆତ୍ମ ତୃପ୍ତି ମୁହିଁ ପାଇଥାଏ।
ବୁଝନ୍ତିନି କେହି ମନ ମୋର
ଫସଲ ନ କେଡେ ଡର
ଜମିଦାର ଋଣ ଶୁଝି ଶୁଝି ମୁହିଁ
ଜୀବନଟା କଟେ ଦୁଃଖେ ମୋର।
ହୃଦୟରେ ମୋର କେତେ କଥା
ପରିଶ୍ରମ କରି ନତ ମଥା
ପରିବାରେ ମୋର ଅଭାବ ଆସିଲେ
ମନେ ଭରି ଯାଏ ଆପେ ବ୍ୟଥା।
ବିଲ ବାଡି ପୁଣି ବଗିଚାର
ଯତ୍ନ ନେଇଥାଏ ବାରମ୍ବାର
ସେହି ମୋର ସାଥୀ ସେହି ସହୋଦର
ସିଏ ମୋ ଜୀବନ ଭାଗୀଦାର।
