STORYMIRROR

Sandhyarani dash

Children

3  

Sandhyarani dash

Children

ଚାଷୀଟିଏ ମୁହିଁ

ଚାଷୀଟିଏ ମୁହିଁ

1 min
240


ଚାଷୀଟିଏ ମୁହିଁ ଚାଷୀଟିଏ

ମୋ ଗାଆଁ ମାଟିର ଲୋକଟିଏ

ପାଣି କାଦୁଅରେ କାମ କରୁଥାଏ

ମିଳିଲେ ମିଳଇ ମୁଲଟିଏ।


କ୍ଷେତରେ ସଦା ମୁଁ ପଡ଼ି ଥାଏ

ସୁନାର ଫସଲ ଢାଳିଥାଏ

ସଭିଙ୍କୁ ଆହାର ଯୋଗାଇ ଯୋଗାଇ

ଆତ୍ମ ତୃପ୍ତି ମୁହିଁ ପାଇଥାଏ।


ବୁଝନ୍ତିନି କେହି ମନ ମୋର

ଫସଲ ନ କେଡେ ଡର

ଜମିଦାର ଋଣ ଶୁଝି ଶୁଝି ମୁହିଁ

ଜୀବନଟା କଟେ ଦୁଃଖେ ମୋର।


ହୃଦୟରେ ମୋର କେତେ କଥା

ପରିଶ୍ରମ କରି ନତ ମଥା

ପରିବାରେ ମୋର ଅଭାବ ଆସିଲେ

ମନେ ଭରି ଯାଏ ଆପେ ବ୍ୟଥା।


ବିଲ ବାଡି ପୁଣି ବଗିଚାର

ଯତ୍ନ ନେଇଥାଏ ବାରମ୍ବାର

ସେହି ମୋର ସାଥୀ ସେହି ସହୋଦର

ସିଏ ମୋ ଜୀବନ ଭାଗୀଦାର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children