STORYMIRROR

Bharatabandhu Biswal

Children

3  

Bharatabandhu Biswal

Children

ମାଆ ସରଗ ଠୁ ବଡ଼

ମାଆ ସରଗ ଠୁ ବଡ଼

1 min
159


କୁନାକୁନୀ ଯେତେ ଅଝଟ ହୁଅନି

ମନ ଦେଇ ପଢ ପାଠ

ଶୁଣ କାନଡେରି ମାତାପିତା କଥା

ମାଆ ସରଗ ଠୁ ବଡ଼ ।

ମାଆ ପରି କେହି ନାହିଁ ଏ ଜଗତେ ମାଆ ଜୀବନ ଆଧାର

ଅମୃତ ଠୁ ବଳି ତା ସ୍ନେହ ଶରଧା

ମମତା ବନ୍ଧନ ଡୋର ।

ଅନାଇ ଥାଏ ସେ ଫେରିବା ବାଟକୁ 

ତା ପେଟକୁ ରୁଚେନା ଦାନା 

ଆମ ସୁଖେ ସୁଖୀ ଦୁଃଖ ରେ ସେ ଦୁଃଖୀ 

ତାହାର ନାହିଁ ତୁଳନା । 

ହେଲେ ପୀଡ଼ା ଜ୍ୱର ରହେ ଉଜାଗର 

ଦିଏ ପଥି ଓଉଷଧୀ 

ମନାସେ ମଙ୍ଗଳ ଦିଅଁ ଙ୍କ ପାଖରେ 

ଭାଳେ ବସି ଦିନରାତି । 

ମାଆ ଏ ସଂସାରେ ଚଳନ୍ତି ପ୍ରତିମା 

ସାକ୍ଷାତ ପରମେଶ୍ୱରୀ

 ମାଆ ମାତୃଭୂମି ଏକ ଓ ଅଭିନ୍ନ 

ସମ୍ମାନ ତା ସର୍ବୋପରି ।



Rate this content
Log in

Similar oriya poem from Children