ଖରା ଦିନ
ଖରା ଦିନ
ଖରା ଆସିଲାଣି ମାଡି ମାଡି,
ଧରାରୁ ଶୀତ ଗଲାଣି ଛାଡି।
ସୁରୂଜ କିରଣ ଲାଗଇ ଟାଣ,
ନିଦାଘ ଖରାକୁ କର ବାରଣ।
ଓଦା ଗାମୁଛାକୁ ମୁଣ୍ଡେ ଘୋଡାଇ,
ଘରୁ ବାହାରିବ ପାନୀୟ ନେଇ।
ଛାତ ଉପରେ ରଖିବ ପାଣି,
ପାଣି ପିଇ ପକ୍ଷୀ ରହିବେ ଋଣୀ।
ବଟ ବୃକ୍ଷ ତଳେ ବାଟୋଇ ଭାଇ,
ଥକ୍କା ମାରୁଅଛି ଖରାକୁ ଚାହିଁ ।
ଶୂନ୍ ଶାନ ଦିଶେ ଗାଆଁ ସହର,
ପାଣି ପାଇଁ ଏବେ ସବୁ ଆତୁର।
ବୈଶାଖ ମାସ ପ୍ରବେଶ ହେଲା,
ଆମ୍ବର ବାସ୍ନା ମନ ମୋହିଲା।
ଦହି ପଖାଳ ଲାଗେ ବଢିଆ,
ସାଥିରେ ଥିଲେ ବଡି ଶୁଖୁଆ।
