STORYMIRROR

ଅଶୋକ କୁମାର ମହାନ୍ତ l

Abstract Inspirational Children

3  

ଅଶୋକ କୁମାର ମହାନ୍ତ l

Abstract Inspirational Children

ବସନ୍ତର ବିଷାଦ

ବସନ୍ତର ବିଷାଦ

1 min
249

କାହିଁ ସେ ବସନ୍ତ ପୁଣି କାହିଁ ସେ ଶରତ

ଗ୍ରୀଷ୍ମର ପ୍ରବାହ ଆଜି ପ୍ରାଣୀ ହନ୍ତ ସନ୍ତ ।।


ଟୋପାଏ ଜଳରେ ପୁୁଣି ଗୋଟାଏ ଜୀବନ

ଜଳ ବିନା ଧରାପୃୃଷ୍ଠେ ନଥାଏ ଯେ ଥାନ ।।


ଦିବାରେ ଉପର ତାତି ରାତ୍ରରେ ଭୂତଳ

ମଧ୍ୟରେ ମାନବ ନିତ୍ୟ ଦେଖୁୁଥାଇ କାଳ ।।


ସବୁୁଜ ଶ୍ୟାମଳ ଥିଲା ଦିନେ କେନ୍ଦୁଝର

ବୃକ୍ଷ ନଷ୍ଟ କରି ଆଜିି ହେଲା ଛାର ଖାର ।।


ମନେପଡେ ଆଜି ସେଇ ଆଦିିମ ମାନବ

ଠାର ସଂକେତରୁ ଦିିିନେ ଶିଖିଥିଲା ନାମ ।।


ବୃକ୍ଷ ଖୋଜେ ଆଜି ତାର ଅତୀତର ଦିିନ

ମାନବ ଖୋଜୁଛି ସଦା ନବୀନ ଜୀବନ ।।


ଦେଖହେ ରକ୍ଷକ ଆଜି ଭକ୍ଷକ ସାଜିଛି 

ଆମ ପ୍ରାଣ ନେଇ ସେ ଆନନ୍ଦ ପାଉଛିି ? ।।


ସର୍ବତ୍ର ଶୁଭୁଛି ଏବେ ଦୁନ୍ଦୁଭିର ନାଦ

ପ୍ରଳୟ ସଂକେତ ନୁୁହେଁଁ ବିଲୟ ପ୍ରମାଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract