STORYMIRROR

pravasini Senapati

Children

3  

pravasini Senapati

Children

କିଏ ବେଶି ଶକ୍ତିଶାଳୀ

କିଏ ବେଶି ଶକ୍ତିଶାଳୀ

1 min
214

ବନ୍ଧୁକ ଆଉ କଲମ ଭିତରେ 

ଲାଗିଥିଲା ଦିନେ କଳି

କହିଲା ବନ୍ଧୁକ ତୋ ଠାରୁ ବେଶି 

ମୁଁ ପରା ଶକ୍ତିଶାଳୀ । (୧)


କଲମ ବିଚରା ହସି ହସି କହେ 

ନାଇଁ ରେ ସାଙ୍ଗ ନାଇଁ....

ଭାରତ ବର୍ଷ ସ୍ୱାଧୀନ ହେଲା 

କେବଳ ମୋରି ପାଇଁ ।(୨)


କଲମ କଥା ଶୁଣି ବନ୍ଧୁକ 

କଲା ଖାଲି ଅଟ୍ଟହାସ୍ୟ

ତୁ ଏଡ଼େ ଗଧଟା !

ଆଜି ବି ଖୋଜୁଛୁ ଗାନ୍ଧୀ ଅମଳର 

ପୁରୁଣା ଭାରତ ବର୍ଷ ।(୩)


ଗାଁ ବଦଳିଛି ଦେଶ ବଦଳିଛି

ବଦଳିଛି ଜନ ମନ

ଆଜି ର ସମାଜ କରୁଅଛି ଖାଲି

ମୋର ଜୟ ଗାନ ।(୪)


ବନ୍ଦୁକ କଥା ଶୁଣି କଲମ

ଦୁଃଖରେ ଗଲା ଝାଉଁଳି

କହିଲ ପିଲେ ତୁମ ମତରେ

କିଏ ବେଶି ଶକ୍ତିଶାଳୀ ???(୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children