STORYMIRROR

Sangita Mishra

Children

3  

Sangita Mishra

Children

ଶିଖିବ ଯଦି ଶିଖ

ଶିଖିବ ଯଦି ଶିଖ

1 min
172

ବିହଙ୍ଗ ଠାରୁ ଶିଖିବ ଯଦି

    ଏକତା ଗୁଣ ଶିଖ

କୋଇଲି ଠାରୁ ଶିଖିବ ଯଦି

    ମଧୁର ବାଣୀ ଶିଖ ।୧॥

କୁକୁର ଠାରୁ ଶିଖିବ ଯଦି 

    ବିଶ୍ୱାସୀ ହେବା ଶିଖ

ପିମ୍ପୁଡି ଠାରୁ ଶିଖିବ ଯଦି 

    ସଞ୍ଚୟ କରି ଶିଖ।୨॥

ପାଦପ ଠାରୁ ଶିଖିବ ଯଦି 

   ପରୋପକାର ଶିଖ

ପାହାଡ଼ ଠାରୁ ଶିଖିବ ଯଦି 

   ଧୈର୍ଯ ସାହସ ଶିଖ ।୩॥

ପୃଥିବୀ ଠାରୁ ଶିଖିବ ଯଦି 

  ସହନଶୀଳତା ଶିଖ

ପ୍ରକୃତି ଅଟେ ଶିକ୍ଷା ଭଣ୍ଡାର 

 ଏ କଥା ଜାଣି ରଖ ।୪॥


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children