STORYMIRROR

Sangita Mishra

Children

3  

Sangita Mishra

Children

ଆସିଛି କାର୍ତ୍ତିକ ମାସ

ଆସିଛି କାର୍ତ୍ତିକ ମାସ

1 min
193


 ପହିଲି ଶୀତର ପହିଲି ପରଶେ

   ଆସିଛି କାର୍ତ୍ତିକ ମାସ

ରଙ୍ଗ ବେରଙ୍ଗର ମୂରୁଜରେ ଦେଖ

   ଚଉରା ହୋଇଛି ସଜ।

ଆଈମା ଜାଳେ ଆକାଶ ଦୀପଟି 

  ଦେଖ କି ସୁନ୍ଦର ଦିଶେ

ଦୀପାବଳିର ଶୁଭ ଲଗନରେ

ବଡ ବଡୁଆଙ୍କୁ ଡାକେ।

ନାଗାର୍ଜୁନ ବେଶ ଏଇ ସନ ପରା

  ପଞ୍ଚୁକ ଛ'ଦିନ ବୋଲି

ବୀର ବେଶେ ପ୍ରଭୁ ହୋଇବେ ଲୋ ସଜ

  ସୋଲ ଆଭୂଷଣ ସବୁ ଧରି।

ନଉବାଣିଜ୍ଯର ଅତୀତ ଗାଥାକୁ 

 ସୁମରି ସାଧବ ବୋହୂ

କଦଳୀ ବାସୁଙ୍ଗା ଡଙ୍ଗା ଭସାଇ

  ଆମେ ଆ -କା -ମା- ବୈ - ଗାଉ।

ଆସୁଥିଲେ ଆସୁ ଯେତେ ବିପତ୍ତି 

  ଓଡିଆ ଭୁଲିନି ଅତୀତ କୀର୍ତ୍ତି  

ଓଡିଆର ଗର୍ବ ତାର ସଂସ୍କୃତି

ସଂସ୍କୃତି ବଞ୍ଚିଲେ ବଞ୍ଚିବ ଜାତି।



Rate this content
Log in

Similar oriya poem from Children