STORYMIRROR

Ch Loknath Reddy

Inspirational Children

3  

Ch Loknath Reddy

Inspirational Children

ମହାଜାଗରଣ

ମହାଜାଗରଣ

1 min
293


ମହାଜାଗରଣ ମହାଦେବୋତ୍ସବ

ଆଜି ମହାଶିବ ରାତ୍ରି

ମୋହ ରାତ୍ରି ଅବା କାଳ ରାତ୍ରି ମଧ୍ୟେ

ସାର ମହାଦେବ ରାତ୍ରି ।

ହେ ଭୋଳା ଶଙ୍କର ଦେବ ମହାଦେବ

ତୁହି ଗୌରୀ ମହେଶ୍ୱର

ସମୁଦ୍ର ମନ୍ଥନେ ତୁହି ବିଷଧର

ଆହେ ପ୍ରଭୁ ପରମେଶ୍ୱର ।

ଗଙ୍ଗାଧାରୀ ପ୍ରଭୁ ଗୌରୀଧାରୀ ତୁମେ

ତୁମେ ହିଁ ଅର୍ଦ୍ଧନାରେଶ୍ୱର

ଜଟାଧାରୀ ତୁମେ ମହାରୁଦ୍ର ତୁମେ

ତୁମେ ପ୍ରଭୁ ଶିବଶଙ୍କର ।

ଜୟ ଜୟ ନାଥ ଆହେ ଲୋକନାଥ

ଭୋଳାବାବା ଦେବନାଥ

ତୁମେ ସୃଷ୍ଟିକର୍ତ୍ତା ତୁମେ ହିଁ ବିଲୟ

ଆହେ ନାଥ ଭୋଳାନାଥ ।

ସ୍ମଶାନ ବାସୀତା ସଂହାର କରତା

ତୁମେ ଅଟ ପ୍ରଭୁ ଶମନ

ତୁମରି ଆଦେଶେ ସଂସାର ଚଳିତ

ଆହେ ପ୍ରଭୁ ତ୍ରିଲୋଚନ ।

ଡମ୍ବୁରୁ ଧାରଣେ ତୁମେ ହିଁ ଡମ୍ବୁରୁ

ତୁମେ ହିଁ ତ୍ରିଶୂଳ ଧାରୀ

ତୁମରି ଶକ୍ତିରେ ଜଗତ ଜନନୀ

ଅବତାରେ ମହେଶ୍ୱରୀ ।

ବ୍ୟାଘ୍ର ଛାଲ ଧାରୀ ଆହେ ପଶୁପତି

ତୁମେ ଅଟ ନାଗରାଜ

ଦେବ ଦେବ ମଧ୍ୟେ ତୁମେ ମହାଦେବ

ତୁମେ ପ୍ରଭୁ ଦେବରାଜ ।



Rate this content
Log in

Similar oriya poem from Inspirational