STORYMIRROR

Biswajit Sahoo

Others Children

3  

Biswajit Sahoo

Others Children

ବାପା,ବୋଉ,ଅପା

ବାପା,ବୋଉ,ଅପା

1 min
264

କେତେ ଚମତ୍କାର ଅଭିନୟ କରିପାରନ୍ତି ବାପା,

ନିଜ ଖୁସିକୁ ମନରେ ମାରି।

କେତେ ଖୁସି ଦେଖାଯାଏ ବୋଉ,

ନିଜ ସବୁ ଦୁଃଖକୁ ନିଜ ଭିତରେ ଚାପି।।

କେତେ ଖୁସି ହୁଏ ଅପା,

ଶେଷ ମିଠା ଟିକୁ ମୋ ପାଟିରେ ଦେଇ,

ନିଜ ପ୍ରିୟ କଲମ ଟିକୁ ମୋ ପକେଟରେ ରଖି,

କେତେ ସ୍ନେହ, କେତେ ତ୍ୟାଗ,

ତୁମେ ଥାଉ ଥାଉ,

ଅନୁଭବ କରିପାରିନି ଦୁଃଖକୁ,

ମୋ ଜୀବନ ଆଲୋକିତ କରିବା ପାଇଁ,

ପ୍ରତି ମୁହୂର୍ତ୍ତରେ ଜାଳିଛ ନିଜକୁ,

ହେଲେ ମୁଁ,

ସବୁବେଳେ ଅବୁଝା ,

ସବୁବେଳେ ଅବାଧ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍