STORYMIRROR

Aishwarya Mishra

Inspirational Children

3  

Aishwarya Mishra

Inspirational Children

କଳିଙ୍ଗ ଶିରୀ

କଳିଙ୍ଗ ଶିରୀ

1 min
254


କୁଶଳ କରମ ବଖାଣି କହେ ଓଡ଼ିଆ ବୀର

କେତେ ଯୁଦ୍ଧ-ଜୟ ବାରତା କୂଟନୀତି ସମ୍ଭାର ।। ୧ ।।


କରାଳ ସମରେ କେତେ ଯେ କଉତୁକ ଆଚରି

କଳିଙ୍ଗ ବୀର ସେ ସ୍ଥାପଇ ଉଡ୍ର ବୀରତ୍ଵ ଶିରୀ

କାଳର କରାଳ ଯାତନା ଦିଶେ ଶରୀରେ ତା'ର

କୁଶଳ କରମ ବଖାଣି କହେ ଓଡ଼ିଆ ବୀର।। ୨ ।।


କଳିଙ୍ଗ ଗୌରବ କାହାଣୀ ଗାଏ ଧଉଳିଗିରି

କ୍ରୁର ଚଣ୍ଡାଶୋକ ଶିଖିଲେ ଅନୁଶାସନ-ଶିରୀ ।। ୩ ।।


କଳାର କ୍ଷେତ୍ର ଏ ଉତ୍କଳ , ଶିଳ୍ପେ ପୁଲକ ଭରେ

କୀରତି ଗୌରବ ହସଇ ପ୍ରତି ମନ୍ଦିର ଦ୍ଵାରେ

କାଳ-ଗତି ସବୁ ଦେଖିଛି କେତେ କ୍ରୁର ସମର

କେତେ ଯୁଦ୍ଧ-ଜୟ ବାରତା କୂଟନୀତି ସମ୍ଭାର ।। ୪ ।।


କାଳର ଯାତନା ଦିଶଇ ଆଜି ଉତ୍କଳ ଅଙ୍ଗେ

କାଳ-ବୀଚି ଭାଙ୍ଗି ବିଭବ ଶୋହେ ସ୍ମୃତି ତରଙ୍ଗେ ।। ୫ ।।


Rate this content
Log in

Similar oriya poem from Inspirational