STORYMIRROR

Samar Ballav Bhoi

Children Stories Others Children

3  

Samar Ballav Bhoi

Children Stories Others Children

ମୁଁ ଶିଶୁ ଟିଏ

ମୁଁ ଶିଶୁ ଟିଏ

1 min
218


ଘର ଅଟେ ମୋର ମନ୍ଦିର

ବାପା ମାଆ ମୋର ଠାକୁର

ମନ୍ଦିର ଠୁଁ ଘର ଅତି ସୁନ୍ଦର

ମୁଁ ଶିଶୁଟିଏ

ପ୍ରିୟ ଅଟେ ବାପା ମାଆଙ୍କର।।


ପିତାମାତା ମୋର ଶ୍ରେଷ୍ଠ ଗୁରୁ

ତାଙ୍କ ଆଶିଷେ ମୁଁ ସବୁରେ ପାରୁ

ମୁଁ ଶିଶୁଟିଏ

ହେବନି କେବେ ମୁଁ ଭୀରୁ ।।


ବାପା ମାଆଙ୍କର କଥା ମାନିବି

ଭବିଷ୍ୟତେ ବଡ଼ ମଣିଷ ହେବି

ମୁଁ ଶିଶୁଟିଏ 

ସଦା ପିତାମାତାଙ୍କ ସ୍ବପ୍ନ ସାକାର କରିବି।।


ଖାଇବା ଖେଳିବା ରେ ନକରି ଅଝଟ

ପିତାମାତାଙ୍କ କଥାରେ ହେବି ଆକଟ

ମୁଁ ଶିଶୁଟିଏ

ପିତା ମାତାଙ୍କର ସ୍ନେହ ହେବ ଅତୁଟ।।


ପରିବାର ମୋର ଭାରି ସୁନ୍ଦର

ପ୍ରତିଦିନ ମୁଁ ହିଁ ପାଏ ଆଦର

ମୁଁ ଶିଶୁଟିଏ 

ଘରେ ବାହାର ରଖିବି ନଜର।।


ଗୁରୁଜନଙ୍କର କଥା ମାନିବି

ସରଳ ସୁନ୍ଦର ମୁଁ ହୋଇ ବି

ମୁଁ ଶିଶୁଟିଏ

ସହଜ ସୁବିଧାରେ କାମ କରିବି।।


ଭଲ ପାଠ ପଢି ମଣିଷ ହେବି

ପିତାମାତାଙ୍କର ନାଁ ରଖିବି

ମୁଁ ଶିଶୁଟିଏ

ସମାଜ ପାଇଁ ମୁଁ କାମ କରିବି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍