STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

କରିବାନି ଜମା ହେଳା

କରିବାନି ଜମା ହେଳା

1 min
266

   

   ଜାମୁକୋଳି କଳାକଳା

   ଗାତ ହେଉଅଛି ଖୋଳା

   ପଡିଆଟା ସାରା ଗଛ ଭରିଦେଇ

   ପାଣି ଦେବା କରି ମଳା ll

   ଗୋବର ପାଣିର ଘୋଳା

   ଲିପା ହେଉଅଛି ଖଳା

   ଧାନ ପାଚିଲାଣି କଟା ହେବ ଏବେ

   ଗଦାମରାହେବ ହଳା ll

   କପା ହେଉଅଛି ତୋଳା

   ବାହାରେ ସେଥିରୁ ତୁଳା

   ତୁଳାରୁତ ସୂତା ସୂତାରୁ ତ ଲୁଗା

   ତୁଳା ପରା "ସୁନା" ଧଳା ll

   ଛୁଟିହେଲା ପାଠଶାଳା

   ସାପ ଖେଳାଉଛି କେଳା

   ସାପ ଯେତେବେଳେ ଫଣା ଟେକିଦିଏ

   ପିଲାଏ କରନ୍ତି ରୋଳା ll

   ତେଲ ମାପିବାକୁ ପଳା

   ନଈରେ ଭାସୁଛି ଭେଳା

   ଆଜି ପାଠ ଆଜି ସାରିଦେବା ଆମେ

   କରିବାନି ଜମା ହେଳା ll

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children