STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ମୋ ଗାଁ ଭାରି ବାସେ

ମୋ ଗାଁ ଭାରି ବାସେ

1 min
375

  

  ମୋ ଗାଁ ବାସନା ନିଆରା ନିଆରା

  ସବୁ ମନ ନିଏ ମୋହି

  ଶୀତ ହେଉ ଅବା ବରଷା କାକର

  ମହୁଆ ମଳୟ ବହି


  ପହିଲି ବରଷା ବରଷଇ ଯେବେ

  ଭିଜା ମାଟି ଭାରି ବାସେ

  ଧାନ ହାଟ କରି ଫୁଲ ଉଡାଇଲେ

  ଗାଁମୁଣ୍ଡଯାଏ ବାସେ 


  ମେଘୁଆ ରାତିକୁ ମହକାଇ ଦିଏ

  ଝରା ସେଫାଳୀର ବାସ

  ସକାଳୁସକାଳୁ ଘାସ ଗାଲିଚାରେ

  ବିଛେଇ ଯାଏତା ହସ


 ଶୀତୁଆ ସକାଳେ ଧାନ ହୁଏ ଉ°ସା

  ଆଈ ଜାଳେ ବସି ଚୂଲି

 ଅଧା ସିଝା ଧାନ ମହକକୁ କୁହ

 କେମିତି ପରିବି ଭୁଲି


 ଫଗୁଣ ଆସିଲେ ମହୁଲ ଗଛରେ

 ରଙ୍ଗଯାଏ ସତେ ଭରି

 ମହୁଲ ଫୁଲର ମହୁଲି ମହକେ

 ମନଯାଏ ମୋର ପୂରି


ଆମ୍ବ ବଉଳର ବାସ ଚହଟିଲେ

କୋଇଲି ହୁଅଇ ବଣା

ମିଠା ଗୀତେ ତାର ମନ ହଜିଯାଏ

ବେଳ ପଡେନାହିଁ ଜଣା


କିଆ କେତକୀର ବାସ ଚହଟିଲେ

 ପାଦ ଯାଏ ଝୁମିଝୁମି 

 ପାଗଳ କରଇ ତମାଳ ବନର

 ବାସନା ଗଲେରେ ଚୁମି


ଝାଞ୍ଜି ପବନରେ ମାଟିକୁ ତତେଇ

ଗୀରିଷମ ଯେବେ ଆସେ

ମଧୁମାଳତୀ ଓ ମଲ୍ଲିଫୁଲ ଫୁଟେ

ମହମହ ହୋଇ ବାସେ


ମୋ ଗାଁ ମହକ ମୋ ଗାଁ ବାସନା

ଅଜଣା ପୁଲକ ଭରେ

ନିତି ଶିଖାଏ ସେ ନୂଆନୂଆ କଥା

ସପନର ନଈ ଧାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children