କୁନାର ପ୍ରତିଜ୍ଞା
କୁନାର ପ୍ରତିଜ୍ଞା
ଧାଇଁ ଧାଇଁ ଆସିଲା କୁନା
ହାତରେ ଧରି ବଣି,
ଚିଲ୍ଲେଇ ଚିଲ୍ଲେଇ କହିଲା କୁନା ଧାଇଁ ଆସ ମାଆ
ପଞ୍ଜୁରୀ ଗୋଟେ ଆଣି ।
ବଣିକୁ ଦେଖି କହିଲେ ମାଆ
ଏଇ ତ ଏକ ବଣି,
ସତ କହ କୋଉଠୁ ଆସିଲୁ ତୁ
ସାଙ୍ଗରେ ୟାକୁ ଆଣି ।
କହିଲା କୁନା
ପାଖ ଗଛରେ ଥିଲା ଏକ ବସା,
ସେଇ ବସାରେ ଥିଲା
ଏଇ ବଣି ଛୁଆ ।
ମାଆ ତାର ଉଡିଗଲା
ଖାଦ୍ୟ ସନ୍ଧାନେ,
ସେଇ ମଉକାରେ ବଣିକୁ
ଧରି ଆଣିଲି ହାତେ ।
ପାଖରେ ବସାଇ କୁନାକୁ ମାଆ
କହିଲେ ଧନ ଶୁଣ,
ମୁହିଁ ତୋର ମାଆ
ତୁ ହିଁପରା ମୋ ଜୀବନ ।
ଛାଡ଼ି ତତେ ଯେବେ
ଯାଏ ମୁଁ କୁଆଡ଼େ,
କାନ୍ଦି କାନ୍ଦି ଗଡୁ ତୁ
ଆଖିରୁ ଲୁହ ଝରେ ।
ତୋ ପରି ବଣି ଛୁଆଟି
କାନ୍ଦିବ ମନେ ମନେ,
ମାଆ ବିନା ଛୁଆ କେବେ
ସୁଖେ ବଞ୍ଚି କି ପାରେ ।
ଭାବିଲୁ ଯଦି ତତେ କିଏ
ନେବ ଚୋରେଇ,
କେମିତି ବଞ୍ଚିବି ମୁଁ
ତତେ ହରେଇ ।
କୁନା ଆଖିରେ
ଲୁହ ଆସିଲା
ମାଆକୁ ତାର
ଜାବୁଡି ଧରିଲା ।
ପ୍ରତିଜ୍ଞା କଲା
ମାଆ ଆଗରେ,
ବଣି ଛୁଆକୁ ନେଇ
ଛାଡ଼ିଲା ତା ବସାରେ । ।
