STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ଇତିହାସ ନୂଆ ଇତିହାସ

ଇତିହାସ ନୂଆ ଇତିହାସ

1 min
206

    

     ଗାନ୍ଧୀ ମହାତ୍ମା ହେ ଯୁଗ ପୁରୁଷ

     ଶାନ୍ତିର ପୂଜାରୀ ମୋହନ ଦାସ

      ସ୍ୱାଧୀନତା ପାଇଁ ମହାସମର

     ସେନାପତି ତୁମେ ହୋଇଲ ତାର

    ଅହିଂସା ମନ୍ତରେ ଲେଖିଗଲ ତୁମେ

     ଇତିହାସ ନୂଆ ଇତିହାସ ..


   ଡାକରେ ତୁମର କି ମହୁ ଥିଲା

   ସବୁ ମଣିଷଙ୍କୁ ଏକାଠି କଲା

   ଛାଡି ଆସିଲାକେ ବଡ ଚାକିରୀ

    ପଦ ପଦବୀକୁ ଦେଇ ପାଶୋରି

   ସାରା ଦେଶବାସି  ହସି ହସି ଆସି

     ସ୍ୱାଧୀନତା ରଣେ ଦେଲେ ତ ଝାସ .

    ଇତିହାସ ନୂଆ ଇତିହାସ....


    କମାଣ ମୂନକୁ ନଥିଲା ଡର

   ସହୁଥିଲେ କେତେ ଲାଠି ପାହର

    ଜନମ ଭୂଇଁର ମୁକତି ପାଇଁ

   କେତେଯେ ସଂଗ୍ରାମୀ ଯାତନା ସହି

   ଅନ୍ଧ କୋଠରୀରେ ବନ୍ଦୀର ଜୀବନ

   ତଥାପି ନଥିଲା ମନରେ ରୋଷ

   ଇତିହାସ ନୂଆ ଇତିହାସ....


  ଏମିତି ଲଢେ଼ଇ ଏମିତି ରଣ

  ସତ୍ୟ ସାରଥୀ ଅହିଂସା ବାଣ

   ଫିରିଙ୍ଗି ଫଉଜ ବୁଦ୍ଧି ହଜିଲା

   ଅହିଂସା ଆଗରେ ମଥା ନଇଁଲା

   ମୁକତି ଲଭିଲା ଭାରତ ଜନନୀ

   ତ୍ରିରଙ୍ଗା ଓଠରେ ଫୁଟିଲା ହସ

   ଇତିହାସ ନୂଆ ଇତିହାସ

   ଇତିହାସ ନୂଆ ଇତିହାସ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children