STORYMIRROR

Papu parida

Abstract Children Stories Classics

4  

Papu parida

Abstract Children Stories Classics

କାଶ୍ମୀର ଭୁଇଁ ମୋ

କାଶ୍ମୀର ଭୁଇଁ ମୋ

1 min
243


 

କାଶ୍ମୀର ଭୁଇଁ ମୋ କାଶ୍ମୀର ଭୁଇଁ

ଜଗତେ ତୋ ପରି ସ୍ଥାନଟେ କାହିଁ।

ମାତା ଭାରତିର ସ୍ବର୍ଣ୍ଣମୁକୁଟ ତୁହି 

ଶୋଭା ବଢେ ତାର ତୋ'ରି ପାଇଁ।


ଗିରୀରାଜ ହିମାଳୟଙ୍କ ତୁ ବାସସ୍ଥାନ

ବରଫସିକ୍ତ ତୋ ମାଧୁର୍ଯ୍ୟ ପବନ।

ମହାଦେବ କରନ୍ତି ତୋ ବକ୍ଷେ ବାସ

ପଵିତ୍ରମୟ ଯେ ତୋ ପରିବେଶ।


ବୋଲାଉ ତୁ ଯେ ପୃଥିବୀର ସ୍ୱର୍ଗ

ଧଳାରଙ୍ଗ ତୋର ଶାନ୍ତିର ପ୍ରତୀକ।

ଗଙ୍ଗା ବ୍ରହ୍ମପୁତ୍ର ସବୁ ତୋ'ଠୁ ସୃଷ୍ଟି

ମୈତ୍ରୀର ଭାବକୁ ଦିଅନ୍ତି ବାଣ୍ଟି।


ପଥରରୁ ସୃଷ୍ଟି କିନ୍ତୁ ହୃଦୟ କୋମଳ

ତୁ ହିଁ ଜୀବନ ତୋ'ଠୁ ହିଁ ଜଳ।

ସୁଗନ୍ଧିତ ପୁଷ୍ପ ସଜା ତୋ ଗଭାରେ

ନାନା ଜୀବଜନ୍ତୁ ଆଶ୍ରିତ ତୋ ଉଦରେ।


ସାକ୍ଷୀ ଅଟୁ ତୁହି ଆମ ଇତିହାସର

ସାହସ,ସୋହାର୍ଦ୍ଦ ପୁଣି ବୀରତ୍ବର।

ଗଡ଼ିଗଲା ପଛେ ବହୁ ବିର ମସ୍ତକ 

ତୁମରି ରକ୍ଷାରେ ସଦା ଆମ ସୈନିକ।


ପ୍ରାଣ ଦେଇ ପଛେ ହାରିଲେ ନାହିଁ

ମାତା ଭାରତିର କିରୋଟି ପାଇଁ।

କାଶ୍ମୀର ଭୁଇଁ ମୋ କାଶ୍ମୀର ଭୁଇଁ

ରଖ ତାଙ୍କ ପରିବାରକୁ ଘଣ୍ଟ ଘୋଡେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract