STORYMIRROR

SushreeBaisakhi Sahoo

Inspirational Others

3  

SushreeBaisakhi Sahoo

Inspirational Others

ଭାବର ଭାବଗ୍ରାହୀ - ଆହେ ମହାବାହୁ

ଭାବର ଭାବଗ୍ରାହୀ - ଆହେ ମହାବାହୁ

1 min
187

କହିବାକୁ ଥିଲା କେତେ କଥା ମନେ,

ତୁମକୁ ଦେଖି ସବୁ ଭୁଲି ଗଲି

ତୁମ ଚକା ଆଖି ରେ ଆଖି ମିଶିଗଲା ପରେ,

ସବୁ ମୋହ ମାୟା ଦୁଃଖ ଯେ ଭୁଲି ଗଲି

ଏବେ ଆଉ କିଛି ଚାହେଁ ନାହିଁ,

ଏମିତି ତୁମ ଡୋରି ଲାଗି ରହୁ ଜଗା

ଯାଏ ତୁମ ପାଖକୁ ଧାଇ।


ମନ ଭରିଗଲା ଆଖି ପୂରିଗଲା

ଆଉ କି ମାଗିବି ତୁମକୁ,

ଡେରି ହଉ ପଛେ ମୋ କଳା ଠାକୁର

ବୁଝିପାରିଛି ତ ମତେ।

ସବୁ ସୁଖ ତ ଦେଲ କି ଅବା ମାଗିବି

ଆଉ ବା କି ଅଛି ବାକି,

ନଉଥିବ ତୁମ ପାଖକୁ ଟାଣି 

ଆଉ ଦବ ନାହିଁ ଠକି ।।


ତୁମେ ସବୁକିଛି ଶୁଣ,

ପ୍ରତିଥର ବେଶ୍ ଧର୍ଯ୍ୟଧରି

କିନ୍ତୁ ମୁଁ ବୋଧେ ସେତିକି ଧର୍ଯ୍ୟଧରି

ତୁମକୁ କହିପାରେନା

ମୋ ଅନ୍ତରର କଥା

ମୋ ଜିଭ ଉପରକୁ ଆଣିପାରେନା 

ମୁଁ ପରାହତ ହୁଏ ।


ବିକଳରେ କହିବସେ

"ହେ ଅନ୍ତର୍ଯ୍ୟାମୀ ! 

ତୁମେ ଅନ୍ତରରେ ରହି ମୋ ଅନ୍ତରକୁ ବୁଝ।"

ମୁଁ ନିରବ ରହେ

ମୋର ସବୁ ପ୍ରାର୍ଥନାକୁ ସମର୍ପି ଦିଏ

ତୁମରି ପାଦରେ

ତୁମରି ପାଦଛୁଇଁ ନିସ୍ତରିଯିବାକୁ

ବ୍ୟଗ୍ର ହୁଅନ୍ତି ମୋର ଅଶ୍ରୁଗଣ

ଆଖି ଆପେ ମୁଦି ହୋଇଯାଏ ।।


ଆଖିକୁ ନିଦ ଆସୁ କି ନ ଆସୁ

ସ୍ବପ୍ନ କିନ୍ତୁ ଆସୁ ଥାଉ

ଦିନ ପରେ ରାତି ହଉ କି ନ ହଉ

ମନେ ଆଶା ବାନ୍ଧୁ ଥାଉ

ହେ ମହାବାହୁ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational