ଉପହାସ
ଉପହାସ
ଦୂର ଦିଗବଳୟରୁ
ଦିଶୁଥିବା ଝାପସା ଚେହେରା
ଓଠରେ ତାର ସ୍ମିତ ହସଟିଏ
ଲାଗୁଚି ଏମିତି ଉପହାସ କରୁଚି ।
ସେ ମୋ ଆଡକୁ ଚାହିଁ
ତା ଓଠରେ ହସ
ଯେତିକି ସିନ୍ଦୂର ତାକୁ କରୁଚି
ମୋ ଆଖିରେ ଲୁହ
ସେତିକି ମତେ ଅସୁନ୍ଦର କରି ଦଉଚି
ସେ ଚେହେରା ଜାଣିଚି
କାହା ଆଗରେ ନିଜର ଦୁଃଖ କହିବା ଅପେକ୍ଷା
ମିଛ ହସଟିଏ ଦଖେଇ ଦେଲେ ବହୁତ ଭଲ।
ଜୀବନ ତ ଯନ୍ତ୍ରଣା
ହେଲେ ହରେଇବାରେ ଯୋଉ ଶାନ୍ତି
ତାହା କି ପାଇବାରେ ଅଛି।
ମିଛରେ ଏଠି ହସିଦେବା ଭଲ।
ସତ ଲୁହ ସମସ୍ତଙ୍କ ପାଇଁ ଉପହାସ।
ଦୁଃଖ ତ ଆସିବ ଆଉ ଯିବା
ପ୍ରକୃତିର ନିୟମ
ହେଲେ କବର ଦିଅ ଲୁହକୁ
ସେ ଚେହେରା କାହିଁକି ଉପହାସ କରିବ
ଅବା ଏ ଦୁନିଆ ଆଗରେ
କାହିଁକି ଅବହେଳିତ ହେବ।
ଚାଲ ଉପହାସ ହେବା
ଅପେକ୍ଷା ଟିକେ ହସି ଦେବ।
