STORYMIRROR

Liza Senapati

Inspirational

3  

Liza Senapati

Inspirational

ଉପହାସ

ଉପହାସ

1 min
198

ଦୂର ଦିଗବଳୟରୁ

ଦିଶୁଥିବା ଝାପସା ଚେହେରା 

ଓଠରେ ତାର ସ୍ମିତ ହସଟିଏ 

ଲାଗୁଚି ଏମିତି ଉପହାସ କରୁଚି ।

ସେ ମୋ ଆଡକୁ ଚାହିଁ 

 ତା ଓଠରେ ହସ 

 ଯେତିକି ସିନ୍ଦୂର ତାକୁ କରୁଚି 

ମୋ ଆଖିରେ ଲୁହ  

ସେତିକି ମତେ ଅସୁନ୍ଦର କରି ଦଉଚି 

ସେ ଚେହେରା ଜାଣିଚି  

 କାହା ଆଗରେ ନିଜର ଦୁଃଖ କହିବା ଅପେକ୍ଷା 

ମିଛ ହସଟିଏ ଦଖେଇ ଦେଲେ ବହୁତ ଭଲ।

ଜୀବନ ତ ଯନ୍ତ୍ରଣା 

ହେଲେ ହରେଇବାରେ ଯୋଉ ଶାନ୍ତି 

ତାହା କି ପାଇବାରେ ଅଛି।

ମିଛରେ ଏଠି ହସିଦେବା ଭଲ।

ସତ ଲୁହ ସମସ୍ତଙ୍କ ପାଇଁ ଉପହାସ।

ଦୁଃଖ ତ ଆସିବ ଆଉ ଯିବା 

ପ୍ରକୃତିର ନିୟମ  

ହେଲେ କବର ଦିଅ ଲୁହକୁ 

ସେ ଚେହେରା କାହିଁକି ଉପହାସ କରିବ 

ଅବା ଏ ଦୁନିଆ ଆଗରେ

 କାହିଁକି ଅବହେଳିତ ହେବ।

ଚାଲ ଉପହାସ ହେବା 

ଅପେକ୍ଷା ଟିକେ ହସି ଦେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Inspirational