ମାଁ ଓ ମମତା
ମାଁ ଓ ମମତା
ସ୍ନେହ ପ୍ରେମର ସେ ଭଣ୍ଡାର ଘର
ସ୍ନେହମୟୀ ସୁନା ମାଁ ଟି ମୋର,
ସ୍ନେହ ମମତାର ଖୋଲା ବଜାର
ସ୍ନେହ ଦିଏ ହେଲେ ନିଏନି ଦର l
ଜନମ ଦିଏ ସେ ପାଇ କଷଣ
ଜନ୍ମରୁ ଦିଅଇ ଦେହେ ପୋଷଣ,
ବାତ୍ସଲ୍ୟ ମମତା ତାହାରି ଗୁଣ
ଉଚିତ କର୍ମରେ ସିଏ ନିପୁଣ l
ସମାଜରେ ଦେବୀ ମୂର୍ତ୍ତିଟେ ସିଏ
ଦୟା କ୍ଷମାର ସେ ପ୍ରତୀକ ଟିଏ,
ସୁଖ ଦେଇ ଦୁଃଖ ଅଶ୍ରୁକୁ ପିଏ
ଦୁନିଆଁରେ ତା 'ଠୁ ବଡ଼ ବା କିଏ l
ମଣିଷ ହେଇ ସେ ମଣିଷ ଗଢେ
ତାହାରି ଉଦରେ ଜୀବଟେ ବଢେ,
ପରିଚୟ ପାଇଁ ପାଠ ସେ ପଢ଼େ
ଅନ୍ୟାୟେ ନ୍ୟାୟର ପାଇଁ ସେ ଲଢ଼େ l