Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Inspirational

4  

Jasoda Majhi

Inspirational

ଝିଅଟିଏ ତୁ

ଝିଅଟିଏ ତୁ

1 min
348


ପୁଷ୍ପ ବାଟିକାର କୁସୁମ ଟିଏ ତୁ..

ଜହ୍ନ ରାଇଜର ପରି,

ଜୋଛନା କିରଣେ ସଜେଇ ତୋ ରୂପ

ଆସିଅଛୁ ଅବତରି l


କରୁଅଛୁ କେତେ ଚଗଲାମୀ ଭାବ

ଖେଳୁଛୁ କେତେ ଖେଲ,

ଶିଶୁଠାରୁ ବୃଦ୍ଧ ଭଲପାଉଛନ୍ତି

କରୁଛନ୍ତି କେତେ ଗେଲ l


ସଜଫୁଟା ହସ ହସି ଦେଲେ ତୁହି

ମହକି ଉଠେ ତୋ ଵାସ,

ସ୍ମିତ ବଦନେ ଚାହିଁ ଦେଲେ ଥରେ

ଉଭେଇ ଯାଏ କ୍ଳେଶ ।


ବାପା ମାଆର ଗେଲ୍ଲୀ କଣ୍ଢେଇଟେ

ସାଙ୍ଗ ସାଥିର ସଖି,

ରସିକ ପ୍ରେମିକ ନାୟକ ସାଜନ୍ତି

ସୁନ୍ଦର ରୁପକୁ ଦେଖି l


ପରସି ଥାଉ ବାତ୍ସଲ୍ୟ ସଭିଙ୍କୁ

ଦେଇ ଥାଉ ଖାଲି ସୁଖ,

ପଣତ କାନିରେ ଘୋଡେଇ ରଖିକି

ଦୂର କରୁ ସବୁ ଦୁଃଖ l


ଅଜଣା ଗଳିର ବଧୂ ଟିଏ ସାଜୁ

ଛାଡ଼ି ଦେଇ ନିଜ ଲୋକ,

ସଭିଙ୍କର ତୁହି ଅଲିଅଳିଣିଟେ

ଅନ୍ଧାରର ଦିବାଲୋକ l


କେତେ ନିର୍ଯାତନା ଲାଂଛନା ଗୁଞ୍ଜଣା

ପାଇଥାଉ ନିତିନୀତି,

ତଥାପି ମନରେ ନ ରଖି କପଟ

ବାଣ୍ଟିଥାଉ ସଦା ପ୍ରୀତି l


Rate this content
Log in

Similar oriya poem from Inspirational