STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଲୋଡ଼ାନାହିଁ ମୋ ନିର୍ବାଣ

ଲୋଡ଼ାନାହିଁ ମୋ ନିର୍ବାଣ

1 min
183


ରୂପଶ୍ରୀ ବିକଳେ ରୋଦନ କରଇ

ସାରୀପୁତ୍ତ ଫେରି ଆଆ l

ହୀନିକପାଳି ମୁଁ ଏକୋଇ ବଳାରେ

ନାହିଁ ମୋର କେହି ସାହା l


କୋଟିନିଧି ମୋର ଅଟୁ ତୁ ବାବୁରେ

ମୋ ମନ ଆକାଶ ତାରା l

ତୋର ବିନା ଗୃହ ଶମଶାନ ମୋର

ଫେରିଆ ଧନ ମୋ ପରା l


ଭିକ୍ଷୁ ସାରୀପୁତ୍ତ ପ୍ରଭୁ ବୁଦ୍ଧଙ୍କର

ପଟ୍ଟଶିଷ୍ୟ ଶିରୋମଣି l

ପୂତ ଓ ପବିତ୍ର ମହିମା ଯାହାର

ଜନେ ହେଉଛନ୍ତି ଗୁଣି l


ମାଆ ମନ ତାର ବୁଝିବ କି ଅବା

ବ୍ୟଥିତ ଅତି ଅଧୀର l

ଲୋଡ଼ା ନାହିଁ ସେହି ନିର୍ବାଣ ପଥ

ଭଗବାନ କ୍ଷମା କର l


ଶରଣଂ ଗଚ୍ଛାମି,ବୁଦ୍ଧମ୍, ସଂଘଂ ,

ଭିକ୍ଷା ଦେହୀ, ଭିକ୍ଷାମ୍ ଦେହୀ !

କୁଟୀର ଦ୍ଵାରରେ ଶବଦ ଶୁଭିଲା

ରୂପଶ୍ରୀ ଆସିଲା ଧାଇଁ l


ଶୀର୍ଣ୍ଣକାୟ ବପୁ ଲଣ୍ଡିତ ମସ୍ତକ

ମୁଖେ ତା ଅପୂର୍ବ ଜ୍ୟୋତି l

କୁହ ଭିକ୍ଷୁ ମୋର ପୁତ୍ର ସମାଚାର

ସାରୀପୁତ୍ତେ ଦେଖିଛନ୍ତି ?


ମୁହିଁ ସାରୀପୁତ୍ତ ତୋର ପୁତ୍ର ମାଆ

ଆସିଅଛି ଭିକ୍ଷା ଅର୍ଥେ l

ଦିଅ ମୋତେ ଭିକ୍ଷା ନିଅ ଏହି ଦୀକ୍ଷା

ଆସ ମା' ନିର୍ବାଣ ପଥେ l


ଫେରିଯାଅ ଭିକ୍ଷୁ ଫେରିଯାଅ ତୁମ୍ଭେ

ଲୋଡାନାହିଁ ମୋ ନିର୍ବାଣ l

ଭାଙ୍ଗି ଯାଉ ଏହି ସଂଘଟି ତୁମ୍ଭର

ଅଭିଶାପ ମୋର ଘେନ l

          


Rate this content
Log in

Similar oriya poem from Inspirational