STORYMIRROR

SushreeBaisakhi Sahoo

Abstract Classics Others

3.4  

SushreeBaisakhi Sahoo

Abstract Classics Others

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
305


ଅମାପ ସ୍ନେହ ,ଅସରନ୍ତି ଶ୍ରଦ୍ଧା, 

ନିରାଶକ୍ତ ମୋହ , 

ସେ ଏକ ଅବିକୃତ ସମ୍ପର୍କ

ଗୋଟେ ଭାଇ ଆଉ ଭଉଣୀର ।


ଆଜନ୍ମ ପ୍ରତିଶ୍ରୁତି , ଚିତ୍ତର ବିନିମୟ, 

କିଛି ବିଶୁଦ୍ଧ ଭକ୍ତି ତ , 

କେବେ ମୁହଁ ଫୁଲାଫୁଲିର ଘଟଣା, 

ପୁଣି ମନେଇବାରେ ଜୟ ପରାଜୟ ।


ସୂତ୍ର ମାଧ୍ୟମରେ 

ଭଗିନୀର ସୁରକ୍ଷା ଆଶ୍ବସ୍ତି, 

ଦୃଢ଼ ଅଧିକାରେ 

ଜୀବନର ଅବିଛିନ୍ନ ଅଙ୍ଗ ଏ ସମ୍ପର୍କ

ଆଶା ଭରସାର ଶକ୍ତ ଡୋରୀଟିଏ

ପ୍ରୀତି ବରଷାର ସ୍ରୋତସ୍ବିନୀଟିଏ

ଉଦାସ ମୁଖରେ ହସ ଭରିଦିଏ

ଜୀବନ ଦୁଃଖର ଆଶ୍ବାସନାଟିଏ

ଭାଇ ଭଉଣୀର ଏ ପବିତ୍ର ସମ୍ପର୍କ ।


Rate this content
Log in

Similar oriya poem from Abstract