STORYMIRROR

SushreeBaisakhi Sahoo

Abstract

3  

SushreeBaisakhi Sahoo

Abstract

ଆଲୋକ ଅନ୍ଧାରର ପାର୍ଥକ୍ୟ

ଆଲୋକ ଅନ୍ଧାରର ପାର୍ଥକ୍ୟ

1 min
234

ଆଜି ପୁଣି ଥରେ ଆଲୋକଟା ମୋ ହାତ ଛାଡିଦେଲା, 

ଆଉ ସବୁଥର ପରି ଅନ୍ଧାର ପୁଣି ଆସି ପହଞ୍ଚିଗଲା

ମୋ କଟା ଘା' ରେ ଚୂନ ଦେବା ପାଇଁ ..... 

ବହୁତ ଭାବିଲା ପରେ ସ୍ଥିର କଲି ଅନ୍ଧାର ଯାହା କହିବ ଶୁଣି ଦେବି ସବୁଥର ପରି । 

ହେଲେ ଆଜି ଅନ୍ଧାରଟା ଭାରି ଦୟାଳୁ ହୋଇ ପଡିଥିଲା , 

ମୋତେ ଆଜି କହିଲା "ଦେଖ୍ ; ଚିହ୍ନେ ମୋତେ,

ମୁଁ ହିଁ ତୋ ପ୍ରକୃତ ପ୍ରେମ । 

ଯେବେ ଯେବେ ଆଲୋକ ତୋ ହାତ ଛାଡେ ସେତେବେଳେ ମୁଁ ହିଁ ତ ଥାଏ

ତୋତେ ଆଲିଙ୍ଗନ କରିବା ପାଇଁ । 

ଜାଣେ ତୁ ମୋତେ କେବେ ଭଲ ପାଇବୁନି

କାରଣ, ଏ ଦୁନିଆଁକୁ ସବୁବେଳେ ସୁନ୍ଦର ଜିନିଷଟା ହିଁ ଦରକାର

ତେଣିକି ସେ ସୁନ୍ଦରର ଅଭ୍ୟନ୍ତର ଯେତେ ବି କଦର୍ଯ୍ୟ ହେଇଥାଉ । 

ମାତ୍ର ତୁ ବ୍ୟସ୍ତ ହ'ନା ତୁ ମୋତେ ଯେତେ ଘୃଣା କଲେ ବି

ମୋ ପ୍ରେମ ଛଳହୀନ ଆଉ କପଟଶୂନ୍ୟ। 

ଆଜି ଅନ୍ଧାର ପାଇଁ ମୋ ପାଖରେ କିଛି ପ୍ରତିଉତ୍ତର ନଥିଲା,

ବାସ୍ ମନ ଚାହୁଁଥିଲା ଆଉ ଦି' ଘଡି ଏ ଅନ୍ଧାରଟା ରହିଯାଆନ୍ତା କି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract