ବନ୍ଧୁ
ବନ୍ଧୁ
ଯେତେବେଳେ ଦୁନିଆ ମତେ ଦୁଃଖ ଦେଇଛି
ସେ ତା ହସ ମୋ ସହ ବାଣ୍ଟିଛି ।
ମୋତେ ଗାଳି କରିଛି ରାଗିଛି ,
କିନ୍ତୁ ଯେତେବେଳେ ମୁଁ ଝୁଣ୍ଟିଛି
ସେତେବେଳେ ସେ ମୋ ହାତ କୁ
ଜାବୁଡି ଧରି ମତେ ଉଠେଇଛି।
ମୋ ସହ ଲଢ଼ିଛି, ମୋ ପାଇଁ ଲଢିଛି,
ମୋ ଦୁଃଖରେ ଦୁଃଖୀ ହେଇଛି ,
ମୋ ଖୁସିରେ ସେ ଝୁମିଛି,
ସାହସ ଦେଇଛି ସାହାରା ହେଇଛି,
ମୋ ସବୁ କଥା କୁ ଯେ ପାଖେ ସାଇତିଛି ।
ଖାଲି ରକ୍ତ ସଂପର୍କ ନୁହେଁ, ହୃଦୟର ସଂପର୍କ ଟା ବି
କେତେ ମଧୁର ଯିଏ ମତେ ଜଣେଇଛି ।
ମୋ ଠୁ ମତେ ଯିଏ ଅଧିକ ଜାଣିଛି
ହଁ ମୁଁ ଏମିତି ଜଣଙ୍କୁ ମୋ ବନ୍ଧୁ ରୂପେ ପାଇଛି ।
