Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeBaisakhi Sahoo

Abstract Classics Others

4  

SushreeBaisakhi Sahoo

Abstract Classics Others

ହେ ପରଂବ୍ରହ୍ମ

ହେ ପରଂବ୍ରହ୍ମ

1 min
261


ହେ ପରଂବ୍ରହ୍ମ ପରମେଶ୍ବର ଜଗତର ନାଥ ଜଗନ୍ନାଥ

ତୁମ କରୁଣାରେ ଚାଲେ ଏ ଜୀବନ ରଥ।

ମୋହ ମାୟା ସଂସାରେ ତୁମ ଛଡା ଏଠି ସବୁ ଦୁଇ ଦିନ । 

ବିଶ୍ୱର ତୁମେ ବଡଦିଅଁ

ତୁମରି ଦର୍ଶନେ ଏ ଜୀବନ ଧନ୍ୟ ,

ତୁମରି କରୁଣା, କୋଟି ଜନ୍ମର ପୂଣ୍ୟ। 

କରିବାକୁ ତୁମ ଶ୍ରୀମୂଖ ଦର୍ଶନ,

ବ୍ୟାକୁଳ ଯେ ଭକତର ପ୍ରାଣ

ହେଲେ ଏ ସମୟରେ ମହାମାରୀ ସାଜିଛି ପ୍ରତିବନ୍ଧକ ।

ଭାବଗ୍ରାହୀ ଆହେ ଭକ୍ତର ଠାକୁର , 

ଭକ୍ତ ଶୂନ୍ୟ ଆଜି ଏ ବଡଦାଣ୍ଡ ତୁମର । 

ଟାଣି ପାରୁ ନାହାନ୍ତି ଆଜି ତୁମ ରଥ କୋଟି କୋଟି ଭକତ , ତଥାପି ଗଡୁଛି ବଡ଼ଦାଣ୍ଡେ ତୁମ ନନ୍ଦିଘୋଷ ରଥ । 

ତୁମକୁ ଆଖି ପୁରାଇ ଦେଖିବା ପାଇଁ ଭକ୍ତମାନଙ୍କ ମନ ବ୍ୟାକୁଳ ।

ସାନିଧ୍ୟରୁ ବଞ୍ଚିତ ଭକ୍ତମାନେ କୋହ ଭରା ଆଖିରେ

ତୁମକୁ ଦୂରଦର୍ଶନ ରେ ଚାହିଁ ବସିଛନ୍ତି ।  

ଏ କଠିନ ଘଡି ସନ୍ଧି ମୁହୂର୍ତ୍ତରୁ ରକ୍ଷାକର ମହାବାହୁ ।



Rate this content
Log in

Similar oriya poem from Abstract