STORYMIRROR

SushreeBaisakhi Sahoo

Abstract Fantasy Inspirational

4  

SushreeBaisakhi Sahoo

Abstract Fantasy Inspirational

ମୁଁ ବି ଭଲ ପାଏ

ମୁଁ ବି ଭଲ ପାଏ

1 min
306


ଛୋଟ ଛୋଟ କଥା ରେ ନିଜକୁ ସାବାଇସ୍ କହେ, 

କିଛି ସଫଳତା ରେ ମୋ ନିଜ ଗାଲ କୁ ଚାପି ଦେଇ 

ଟିକେ ଗେଲ କରିଦିଏ ,

ଛୋଟ ଛୋଟ ଖୁସି କୁ ନିଜ ସହ ବାଣ୍ଟି ଦିଏ... 

ହଁ ମୁଁ ବି ମୋ ନିଜକୁ ଭଲପାଏ ।।


ଦୁଃଖରେ ନିଜ ପିଠି କୁ ଟିକେ ଥାପିଦିଏ, 

ମୁଣ୍ଡ କୁ ନିଜ ହାତ ରେ ଆଉଁସି ଶାନ୍ତ ରହିବାକୁ କୁହେ, 

ଆଖିରୁ ଝରୁଥ‌ିବା ଲୁହ କୁ ହାତ ପାପୁଲି ରେ 

ପୋଛି ଆଣି ଦୀର୍ଘ ଶ୍ବାସ ଟିଏ ନିଏ... 

ହଁ ମୁଁ ବି ମୋ ନିଜକୁ ଭଲପାଏ।।


ତୁ ସବୁ କିଛି କରି ପାରିବୁ କହି ଆଶ୍ବାସନା ଦିଏ, 

ହୃଦୟକୁ ବିଚଳିତ ନ ହେବାକୁ ପ୍ରସ୍ତାବ ଦିଏ,

ଏମିତି ହିଁ ମୁଁ ମୋ ନିଜକୁ ଭଲପାଏ ...

ହଁ ମୁଁ ବି ମୋ ନିଜକୁ ଭଲପାଏ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract