STORYMIRROR

Anita Dash

Inspirational

3  

Anita Dash

Inspirational

ଆଲୋକର ଉପସ୍ଥିତି

ଆଲୋକର ଉପସ୍ଥିତି

1 min
127

ଅବୋଧ ନିର୍ବୋଧ ଶିଶୁ ପରି କିମ୍ପା ଛାଇକୁ ଡ଼ରୁଛ ନିତି

ଛାଇ ଅବସ୍ଥିତି ସୂଚାଇ ଦିଏଟି ଆଲୋକର ଊପସ୍ଥିତି।

ଅଜ୍ଞାନ ଅନ୍ଧାରେ ହଜି ଯାଇ ଖୋଜ ଆତ୍ମଜ୍ଞାନ ଆତ୍ମସ୍ଥିତି 

ଘନ ତମସାର କାଳିମା ଛୁଆଁରେ ଛାୟା କି ପାରିଛ ଦେଖି !

ମାୟା ସଂସାରରେ ସୁଖର ସନ୍ଧାନେ ମିଛ ସ୍ଵାର୍ଥେ ସବୁ ଛନ୍ଦା

ଛାୟା ଏକା କାୟା ସହଚର ଚିର ଜୀବନ ପଥରେ ବନ୍ଧା।

ଶରୀର ଘଟରେ ଆତ୍ମାର ଆଲୋକ ଜଳୁଥାଏ ଯେତେଦିନ

ସେତେଦିନ ଯାଏଁ ପ୍ରଶ୍ଵାସ ପବନ ଭରୁଥାଏ ଅମ୍ଳଜାନ। 


ଖଦ୍ୟୋତ ପ୍ରଦୀପ ଯଜ୍ଞ ଧୂନି ଶିଖା ପାକାଗ୍ନି କିବା ଚପଳା

ବିଜ୍ଞାନର ଅବଦାନ ହେଉ ଅବା ଆଗ୍ନେୟଗିରିର ହୁଳା।

ପ୍ରକାର ଭେଦରେ ବିଭେଦଟି ସିନା ସବୁଠି ଆଲୋକ ଉତ୍ସ

ସଂସାରଟା ଆଲୋକର ଅନୁଗାମୀ ବିଜ୍ଞାନ ବି ସହମତ। 


ମହାକାଳ ପଛେ ଧାଏଁ ଜୀବନଟି ଅହରହ ଦିବାନିଶି।

ଆତ୍ମା ଜ୍ୟୋତି ପରମାତ୍ମାରେ ହଜିଲେ ଜୀବନର ହୁଏ ଈତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational