STORYMIRROR

Sweta Mohanty

Inspirational

3  

Sweta Mohanty

Inspirational

ରକ୍ତଦାନ

ରକ୍ତଦାନ

1 min
223

ସ୍ରଷ୍ଟାଙ୍କ ସୃଷ୍ଟିରେ ଢଳ ଢଳ ଏ ଜୀବନ। 

ଡହଳ ବିକଳ କେତେ ଯେ ମନ।


କେଇ ବୁନ୍ଦା ରକ୍ତେ ଶରୀର ଏ ଗଢା।

ରକ୍ତ ବିନା ଏ ଶରୀର ଅଧାଗଢ଼ା।


କେଇ ବୁନ୍ଦା ରକ୍ତ ଏ ଶରୀରୁ ବୋହିଯିବ ଵୋହିଯାଉ।

ଦୁଇ ବୁନ୍ଦା ରକ୍ତ ଏ ଶରୀରୁ ସରିଗଲେ ପଛେ ସରିଯାଉ।


ଏ ଶରୀର ରକ୍ତେ ଯଦି ବଞ୍ଚିଯାଏ ଗୋଟେ ଅସହାୟ ଜୀବନ।

କୋଟି କୋଟି ଜୀବନ ବଞ୍ଚାଇବାକୁ କରିବା ରକ୍ତଦାନ।


ତେବେ ଏକ ସଂକଳ୍ପ ନେବା।

ଆମେ ଏକ ରକ୍ତଦାତା ହେବା।


ଛୋଟିଆ ପ୍ରୟାସ କାହା ମୁଁହେ ହସ ଫୁଲ ପରି ଫୁଟୁଥାଏ। 

ହୃଦୟ ସ୍ପନ୍ଦନ ରକ୍ତର ବନ୍ଧନ ନୂଆ ନୂଆ ଜୁଟୁଥାଏ।


ରକ୍ତ ବୁନ୍ଦା ଏ ଶରୀର ଗଢେ ନୂଆ ପରିବାର।

ରକ୍ତଦାନ କରି ଗଢେ ଏ ସମ୍ପର୍କ ଜନ୍ମର।

ଏବଂ ଏ ଦୁନିଆଟା ସାରା ମୋ ପରିବାର।


ଥାଲାସେମିଆ ଓ ଏନେମିଆ ରୋଗେ କେତେ ଯେ ଲୋକ ମରୁଛନ୍ତି।

କାପୁରୁଷପଣେ ଦେହେ ରଖି ରକ୍ତ ଦେବାପାଇଁ ଯିଏ ଡରୁଛନ୍ତି।


ଦୈବୀ ଦୁର୍ଘଟଣା ଅବା ଅଘଟଣ ଯେବେ ନିଜ ପରିବାର ଗ୍ରାସେ।

ରକ୍ତର ଗୁରୁତ୍ୱ ଦାନର ମହତ୍ତ୍ବ ସେତେବେଳେ ମୁଣ୍ଡେ ପଶେ। 


କର୍ତ୍ତବ୍ୟ ଅଟଇ ରକ୍ତଦାନ ପରା ନୁହେଁ ଏହା ବାଧ୍ୟବାଧକତା।

ଅର୍ଥ ପାଇଁ ଚାଲେ ରକ୍ତର ବେପାର ମରିଗଲା କି ଯେ ମନୁଷ୍ୟତା।


ଧନୀ ଓ ଗରିବ ରକ୍ତ ଅଭାବରୁ କେହି ନ ମରିବ।

ରକ୍ତଦାନେ ସମସ୍ତ ଜୀବନ ପୁଲକିତ ହୋଇବ।


ରକ୍ତ ଅଭାବରୁ ଦୁନିଆ ଦାଣ୍ଡରେ କେହି ନ ମରିଯାଉ।

ସର୍ବ ସହଯୋଗେ ସର୍ବ ସର୍ମପଣେ ଦୁର୍ଦ୍ଦଶା ଏ ଶିଘ୍ର ସରିଯାଉ।


ରକ୍ତର ଅଭାବ ନ ନେଉ କା ଜୀବନ।

ସଂକଳ୍ପ କରିବା ରକ୍ତଦାଟା ହୋଇ ବଞ୍ଚାଇବା ଅନେକ ଜୀଵନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational