STORYMIRROR

Sweta Mohanty

Others

3  

Sweta Mohanty

Others

ଜୀବନର ପାନ୍ଥଶାଳା

ଜୀବନର ପାନ୍ଥଶାଳା

1 min
215


ଜୀବନର ପାନ୍ଥଶାଳାରେ ପଡିରହିଥିବା ଅଲୋଡା ଅଜଣା ମଣିଷଟିଏ ମୁଁ।

ପଚାରନା ମୋ ଦିଗହରା ଠିକଣାକୁ ।

ଜୀବନର ପାନ୍ଥଶାଳାର କାନ୍ଥରେ ନାଁ ଅଛି ମୋର ଲେଖା।

ମନେ ନାହିଁ ମୋର ଘର କି ଠିକଣା।

ଯାତ୍ରୀଭାବେ ଚାଲୁଅଛି ମୁଁ ପଥ ବହୁ ଦୂର।

ହୃଦୟେ ବେଦନା ବହି।

ପାନ୍ଥଶାଳାର ଯାତ୍ରୀଟିଏ ଭଳି ରାତ୍ରି ଦିଏ ବିତାଇ।

କିଏ ମୋ ନିଜର ଅବା କିଏ ଅଟେ ପର।

ତାହାର ହିସାବ ରଖିବା ହୁଏ କଷ୍ଟକର।

ନିଜକୁ ନିଜେ ଚିହ୍ନି ହୁଏନା ଯାଯାବରଟିଏ ଭାବି।

କବିତା ରୂପରେ ବାଣ୍ଟେ ମୋ ସୁଖ ଆଉ ଦୁଃଖ।

ଶବ୍ଦକୁ ଶବ୍ଦରେ ବାନ୍ଧି।

ହୃଦୟର ଭାବ କବିତା ହୋଇଲେ।

ତୃଷ୍ଣା ମୋର ମେଣ୍ଟି ଯାଏ।

ପାନ୍ଥଶାଳା ପଥିକ ସାଜି ରାତ୍ରି ଉଜାଗର ଥାଏ। 

ଦୁନିଆର ରୂପ ଦେଖି ହେଲିଣି ବେପରୁଆ। 

ସମସ୍ତେ ତ ଏଠି ସ୍ୱାର୍ଥରେ ବନ୍ଧା ।

କିଏ କରିବ ଆହା।



Rate this content
Log in