STORYMIRROR

Sweta Mohanty

Inspirational Others

3  

Sweta Mohanty

Inspirational Others

ସେବା

ସେବା

1 min
406


ସେବା କରିବାକୁ ଅଛି ଯେବେ ଇଚ୍ଛା

ଲୋଡା ତ ନ ଥାଏ ଧନ।

ଇଚ୍ଛା ଯଦି ଅଛି ସେବା କରିବାକୁ ଲୋଡା ଗୋଟେ ଭଲ ମନ।

ଦୃଢ଼ ଇଚ୍ଛାଥିଲେ ଉପାୟ ତ ମିଳେ ସେବା ଟିକେ କରିବାକୁ।

ସେବା ମୟ ଲାଗେ ଏଇ ଦୁନିଆଟା ପଚାରନ୍ତୁ ବନ୍ଧୁ ନିଜକୁ। 

ବଳବୟସ ତ ଲୋଡା ହୁଏନାହିଁ।

ଲୋଡା ହୁଏ ମନୋବଳ ସହ କିଛି ପ୍ରୟାସ।

ଦୁନିଆରେ ଅଛି ଯେତେ ଧର୍ମ ବନ୍ଧୁ।

ସେବା ହିଁ ପରମ ଧର୍ମ।

ସେବା କଲେ ବନ୍ଧୁ ଆତ୍ମ ଶାନ୍ତି ମିଳେ ।

ତାହା ହୁଏ ନାହିଁ କଳି। 

ଏହା ହିଁ ଜୀବନର ଶ୍ରେଷ୍ଠ ମନ୍ତ୍ର।

ଏହା ହିଁ ପରମ ତପ।

ମାନବ ସେବା ହିଁ ମାଧବ ସେବା।

ସଂସାରେ ଏହା ଖ୍ୟାତ।

ଜୀବନରେ ଧର୍ମ କର୍ମ କରିଥିଲେ।

ଲିଭିଯିବ ଅପକର୍ମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational