STORYMIRROR

Sweta Mohanty

Others

4  

Sweta Mohanty

Others

ସରକାର

ସରକାର

1 min
554

ସରକାର ହେ ସରକାର

ତୁମ ପାଦେ ଶତ ନମସ୍କାର ।

ଶାସନ ଭାର ସମ୍ଭାଳି ।

ତୁମେ ପ୍ରଜାମାନଙ୍କର କର ଶବ ସତ୍କାର।

ସତ୍ ରେ ଚଢ ଆମ୍ବାସଡର କାର।

ଅସତ୍ ରେ ଚଢ ଅଉଡି କାର।

ଜନ ହୀତ ପାଇଁ କେବେ ପକାଅ କୃପା ନଜର।

ସରକାର ହେ ସରକାର।

ଭୋକିଲା ଡାକେ ଏଠି ଭୋକ ଭୋକ।

ସରକାର ତୁମ କାନେ ପଡେନାହିଁ କି ତାଙ୍କ ଡାକ।

ବେକାରୀ ସମସ୍ୟା ବଢିଚାଲେ ଏଠି ଦିନ ରାତି।

ଛାଡ ଏବେ ପକେଟ୍ ଗରମ ନୀୟମ ଏବଂ ନୀତି।

ନାରୀ ସଶକ୍ତିକରଣ ନୁହେଁ ନାରୀ ପ୍ରତି ବଢେ ଅନ୍ୟାୟ ଅତ୍ୟାଚାର ଓ ବ୍ୟଭିଚାର।

ମମିତା, ପରୀ, କୁନ୍ଦୁଲି ପିଡୀତା,ଇତିଶ୍ରୀ ପରି ଅନେକ

ନ୍ୟାୟ ପାଇଁ ହଉଛନ୍ତି ବାରଦୁଆର।

ଏ ସବୁଦେଖି ତୁମେ ଆଖି କାହିଁ ଫେର।

ହୁ ହୁ ବଢିଚାଲେ ପରିବା, ପେଟ୍ରୋଲ, ରନ୍ଧନ ଗ୍ୟାସ ର ଦର।

ଏଠି ମୁଦ୍ରାସ୍ଫୀତୀ ପାଇଁ ସଭିଏଁ ଆତୁର।

ଦାଦନ ଖଟିବାକୁ ଯାଆନ୍ତି ଅନ୍ୟ ରାଜ୍ୟକୁ।

ସରକାର ବୁଝ ଦୁଃଖ ରକ୍ଷା କର ସେମାନଙ୍କୁ।

ଗରିବ ପାଇଁ ଦେବତା ସାଜୁଛ।

ହେ ସରକାର।

ଟଙ୍କା ଟିଏ ଦେଇ ଶହେ ଲୁଟୁଛ।

ଧନ୍ୟ ତୁମେ ଓ ତୁମ ବିଚାର।

ସରକାର ହେ ସରକାର।

ତୁମ ପାଦରେ ଶତ ନମସ୍କାର ଆମର।

ସବୁଆଡେ ହାହାକାର କିଏ କରିବ ବିଚାର।

ବଢୁଛି ବେକାରୀ ଆଉ ଭ୍ରଷ୍ଟାଚାର।

ବାଃ ବାଃ ରେ ଗଣତନ୍ତ୍ର ସରକାର।

ଅର୍ଥନୀତି ହୋଇଅଛି ଗରୂତର।

ମାନ୍ଦା ପଡିଲାଣି ସବୁରି ବେପାର।

ବେପରୁଆ ନୀତି ଛାଡ଼ି ଜାଗ ହେ ସରକାର।

ହେ! ସରକାର।

ଉଠନୀଶି ପାଇଲା ଏଥର ।


రచనకు రేటింగ్ ఇవ్వండి
లాగిన్