Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sweta Mohanty

Tragedy

3  

Sweta Mohanty

Tragedy

ଅପେକ୍ଷା

ଅପେକ୍ଷା

1 min
371


ହତଭାଗିନୀ ମୁଁ ରହିଛି ତୁମ ଅପେକ୍ଷାରେ ।

ଆଖି ମୋ ପୂରିତ ଆଶ୍ରୁଭରା ସ୍ବପ୍ନ ରେ ।

କେବେ ବିଶ୍ବାସରେ ଆଘାତ ତ ପୁଣି ଛଳନାର ପ୍ରହାର ।

ଅପେକ୍ଷା ଏକ ମାତ୍ର ଲକ୍ଷ୍ୟ ଅଟେ ଏବେ ମୋର।

ନା ଶୋଷ ନା ବାଟ ମୋ ସରୁଛି ।

ଏ ମନ ଖାଲି ତୁମକୁ ଖୋଜୁଛି।

ଆଜି ତୁମେ ଦୁରେ ଥାଇ ବି ମୋ ପାଖରେ ଅଛ ।

ଅଶ୍ରୁ ବନ୍ୟାର ପ୍ରତିଟି ଛିଟାରେ ତୁମେ ଉପସ୍ଥିତ।

ଏକା କରିଗଲ ଦୁନିଆ ଭିଡରେ ଅଧା ରହିଗଲା ପ୍ରେମ।

କରିଥିବି ସାଥୀ ସେପାଖେ ପ୍ରତୀକ୍ଷାତୁମ ।

ଆସୁଛି କୋହ ହେଲେ ଆସୁନି ଲୁହ।

ଆଖିରେ ନାଚୁଛି ତୁମରି ମୁଁହ।

ତୁମେ ସେ ମିଠା କଥା ମନେପଡିଯାଏ।

କାନ୍ତର ବେଳାରେ ମନ ମୋହି ନିଏ।

ଅପେକ୍ଷା ର ଅନ୍ତ ଘଟିବ କେବେ।

ଉଆଁସି ବନରେ ଆଜି ମୁ ଭାବେ।

ସହିପାରେ ନା କି ରହି ମୁଁ ପାରେନା।

ମନ ହୁଏ ମୋର ଭାରି ଆନମନା।

ତୁମରି ବାଟକୁ ଅପେକ୍ଷା କରି ।

ଜୀବନ ଜୀଉଁଛି ଅଲୋଡା ପରି।

ତୁମେ ସିନା ଚାଲିଗଲ ଅପେକ୍ଷାର ଯନ୍ତ୍ରଣା ଦେଇ।

ତୁମ ସାଥେ ଚାଲିଯାଇଛି ମୋ ନିଃଶ୍ବାସ ତୁମ ସାଥୀ ହୋଇ।

ରହିଯାଇଛି ଖାଲି ଏ ଶରୀର ଯାହା ଦିଶୁଛି ଜୀବିତ।

ମୃତ୍ୟୁ ର ଅପେକ୍ଷା ରେ ଚିର ଅବିରତ।


Rate this content
Log in

Similar oriya poem from Tragedy