STORYMIRROR

Sweta Mohanty

Others

3  

Sweta Mohanty

Others

ସ୍ମୃତି

ସ୍ମୃତି

1 min
350

ସ୍ମୃତି ତୁମ ଅଟେ ଦୁର ଦିଗବଳୟର ଛାୟା କୁହେଳିକା।

ଅଟେ ସ୍ମୃତି ତୁମ ମରୁଭୂମିର ମରିଚୀକା।

ସ୍ମୃତି ତୁମ ଅବୁଝା ଫଗୁଣ ମଳୟ ର ଭିଜା ସାଥୀ।

ସ୍ମୃତି ତୁମ ଜହ୍ନ ଉହାଡର ଚାନ୍ଦିନୀ ଚୋରା ଚଇତି।

ସ୍ମୃତି ତୁମ ଇଚ୍ଛା ନଇକୂଳେ ‌ସର୍ମ୍ପକର ମଧୁଗୀତି।

ସ୍ମୃତି ତୁମ ଗୋଧୂଳି ଲଗନେ ଓଁକାର ଧ୍ଵନିର ସ୍ତୁତି।

ତୁମ ସ୍ମୃତି ଲାଗେ ସେଇ ସ୍ୱପ୍ନିଳ ଉପତ୍ୟକା।

କେବେ ଲାଗେ ତୁମ ସ୍ମୃତି ଅନ୍ତହୀନ ପ୍ରତୀକ୍ଷାର ପ୍ରୀତି ପରିଭାଷା।

କେବେ କେବେ ଲାଗେ କୃଷ୍ଣଚୂଡ଼ାର ଲାଜ ଲାଜ ରଙ୍ଗୀନ୍ ରୋଷଣୀ।

କେବେ ଲାଗେ ଆଖିର ସେଇ ଲଜ୍ଜାନତ ନମ୍ର ଚାହାଣି।

ତୁମ ସ୍ମୃତି ସହ ଗଢା ମୋ ସ୍ୱପ୍ନ ର ଚିତ୍ର।

ତୁମ ସ୍ମୃତି ବିନା ରଙ୍ଗେ ସାଜେ ଯେ ସର୍ବତ୍ର।

ତୁମ ସ୍ମୃତି ଭାଷା ପରା ସବୁ କବିଙ୍କର।

ତୁମ ସ୍ମୃତି ଭାବନାର ଶବ୍ଦ ସେ କବିର। 

ତୁମ ସ୍ମୃତି କୁଳେ କୁଳେ କାନେ କାନେ ତୁନିତୁନି କହିଯାଏ।

କିଛି କିଛି ତୁମ ସ୍ମୃତି ସାଇତା ହୋଇରହିଯାଏ।

ତୁମ ସ୍ମୃତି ଅଟେ ମହମହ ଵାସ ଭରା।

ତୁମ ସ୍ମୃତି ଅଟେ ଆଜୀବନ ଅପାଶୋରା।

ତୁମ ସ୍ମୃତି ସେତ ଖିଆଲି ମନର ଆଶା।

ତୁମ ସ୍ମୃତି ସେତ ଅଟେ ଓଠର ମଧୁର ପରିଭାଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍