STORYMIRROR

Sweta Mohanty

Others

3  

Sweta Mohanty

Others

ମା

ମା

1 min
281

ମାଆଗୋ ମୋର ମାଆଟି। 

ଏ ଜୀବନ ଦୀପ ତୋରି ଦାନ ଆଉ କେହି ନାହିଁ ସାହାଟି। 

ମାଆଗୋ ମୋର ମାଆଟି। 

ଗରଭେ ରଖେ ଦଶ ମାସ ଦଶ ଦିନ। 

ଜନମ ଦିଏ ସେ ନିଜ ସନ୍ତାନ। 

କେତେ କଷ୍ଟ ସହିନିଏ ସେ। 

ହୁଏନି କେବେ ପ୍ରତିବାଦୀ। 

ସ୍ନେହ ମମତା ଦିଏ ଅଜାଡି। 

ନ କରେ ଭେଦଭାବ ଟି। 

ମାଆଗୋ ମୋର ମାଆଟି

ହାତରେ ଖୁଆଇ କୋଳେଇ କାଖେଇ ତା ପଣତେ ମୁହଁ ପୋଛେ। 

ଆଙ୍ଗୁଠି ଧରି ଚାଲି ବିପଦେ କରେ ଆହାଟି 

ମାଆଗୋ ମୋର ମାଆଟି। 

ମା ଶଦ୍ଦ ଗୋଟେ ଏପରି ଶଦ୍ଦ ନାହିଁ ତା ବିକଳ୍ପ କିଛି। 

ଉଚ୍ଚାରଣ ମାତ୍ରେ ଭରିଦିଏ ଶାନ୍ତି କଷ୍ଟ ତ ନ ଥାଏ କିଛି। 

ଭୋକ ଲାଗୁଥିଲେ ପୁରି ଯାଏ ପେଟ ତତେ ଦେଖି ଦେଲେ ଆଖି । 

ସବୁ ଦୁଃଖ ମୋର ହୋଇଯାଏ ଦୂର ତୋ କୋଳରେ ମୁଣ୍ଡ ରଖି। 

ମାଆଗୋ ମୋର ମାଆଟି

କେତେ କଷ୍ଟ ଯନ୍ତ୍ରଣା ସହିନିଏ କେବେ ମନରେ ଦୁଖଃ ନଥାଏ। 

ନିଜେ ଭୋକ କଷ୍ଟେ ରହି ଅନ୍ଯମୁହେଁ ନିତି ହସ ଭରୁଥାଏ। 

ତୋ ପାଦତଳେ ଶତ ଶତ ପ୍ରଣାମ ମାଆ। 

କି ଗୁଣ ତୋର ବଖାଣିବି । 

ଜନ୍ମଜନ୍ମାନ୍ତର ତୋର ଏ କରଜ କେବେହେଲେ ସୁଝି ହେବକି। 

ମାଆଗୋ ମୋର ମାଆଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍