STORYMIRROR

Samita Swain

Inspirational

3  

Samita Swain

Inspirational

ନାମରସ

ନାମରସ

1 min
204

ହରିନାମ ପରା ସଂସାରର ପ୍ରିୟ

ହରିଙ୍କର ପ୍ରିୟ ହର 

ହରିହରଙ୍କର ନାମକୁ ଜପିଲେ

ଏଭବରୁ ହେବ ପାର।।


ନାମର ସ୍ମରଣ ମୁକ୍ତିର ଭବନ

ସକଳ ପୂଣ୍ୟତା ପ୍ରାପ୍ତି 

ଜପକରି ନାମ ପ୍ରଭାବେ ତରିଲେ

ପାପି ଅଜାମିଳ ବ୍ୟକ୍ତି।।


ଜପତପ ଧ୍ୟାନ ଧର୍ମ ଧାରଣାରେ

କାମନା ହୁଏ ବିନାଶ 

ଏ କଳିଯୁଗରେ ନାମରସ ପାନ 

କଳପ ତରୁ ସଦୃଶ।।


ସମଗ୍ର ସଂସାର ମାୟା ମୋହଭରା

ଆଳସ୍ୟ କ୍ରୋଧର ବଶ

ଛଳ କପଟରେ ମଣିଷ ର ମନ

ଆତ୍ମସୁଖେ ପରିତୋଷ।।


ଜଗତ କଲ୍ୟାଣ ହିତ ସାଧନରେ

ଭକ୍ତି ପ୍ରେମ ନାମ ମନ୍ତ୍ର

ମନର ରୂପକ ମାନସରୋବରେ

ସୁଧା ତରଙ୍ଗିଣୀ ଯନ୍ତ୍ର।।


ନିର୍ଗୁଣ ସଗୁଣ ନାମର ପ୍ରସାଦ 

ଆନନ୍ଦରେ ବ୍ରହ୍ମାନନ୍ଦ 

ମଙ୍ଗଳମୟ ହେ କଳୁଷ ନାଶକ

ସକଳ ଅମୃତକନ୍ଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational