ବଂଶୀଧର
ବଂଶୀଧର
ଶରଦର ଶୋଭା କି ବର୍ଣ୍ଣିବା ଅବା
ଗଗନେ ନିର୍ମଳ ଶଶୀ l
ବୃନ୍ଦାବନ ଲାଗେ ତମାଳ କୁଞ୍ଜରେ
ବାଜଇ ମୋହନ ବଂଶୀ l
କେତେ ତପକରି ଵାଂଶୋରୀ ଅସ୍ଵାଦେ
ଶ୍ରୀକୃଷ୍ଣ ଅଧର ରସ l
କୃଷ୍ଣ ହସ୍ତେ ଥାଇ ସୁସ୍ବରେ ଡାକଇ
ଗୋପୀକା ରାଧିକା ଆସ l
ଗୋପୀକା ବୋଲନ୍ତି ସଖିଗୋ ଶ୍ରୀକୃଷ୍ଣ
ହସ୍ତୁ ବଂଶୀ ଘେନି ଆଣ l
ମେଲି ଦେବା ତାରେ ଯମୁନା ସ୍ରୋତରେ
ଭାଙ୍ଗିଯିବ ତାର ଟାଣ l
କଦମ୍ବ ମୁଳରେ ତିନି ବାଙ୍କ ଶୋଭା
ହସ୍ତରେ ବାଙ୍କ ମୁରଲୀ l
ବାଙ୍କ ତା ଅଧର ବାଙ୍କ ତାର ଚୂଳ
କଟିରେ ପୀତ କାଞ୍ଚୁଲୀ l
କର୍ଣ୍ଣରେ ଖଞ୍ଜିତ କନିଅର ତାଙ୍କ
ସୁରଙ୍ଗ ରଙ୍ଗ ଅଧର l
ଅଷ୍ଟସଖା ମେଳେ ନାନା କଉତୁକ
କରୁଥାନ୍ତି ବଂଶୀଧର l
ଶିରେ ଶୋଭା ବଙ୍କା ମୟୁର ଚନ୍ଦ୍ରିକା
ବାମେ ପଡ଼ି ଅଛି ଢଳି l
ଗୋରୁ ଚରାବନ୍ତି ବୃନ୍ଦାବନ ଲାଗେ
ବଳରାମ ବନମାଳୀ l
ଯଶୋଦା ଜୀବନ ଶ୍ରୀନନ୍ଦନନ୍ଦନ
ସଙ୍ଗେ ଶ୍ରୀରୋହିଣୀ ସୁତ l
ରାମ ବନମାଳୀ କରେ ନିଉଛାଳି
ତ୍ରାହି କର ଜଗନ୍ନାଥ l
