STORYMIRROR

Anju Behera

Inspirational

3  

Anju Behera

Inspirational

ବହି ଆଉ ମୁଁ

ବହି ଆଉ ମୁଁ

1 min
172

ପିଲାଟି ଦିନରୁ ରହିଆସିଅଛି

ବହି ମୋର ସାଥି ହୋଇ

ଦୁଃଖ ରେ ଦେଇଛି ସେ ମୋତେ ସ୍ଵାନ୍ତନା

ଶିଖେଇଛି ସୁଖେ ନ ଡେଇଁବା ପାଇଁ ।


ମୋ ମନେ ଭରିଛି ନୂଆ ନୂଆ ଭାବ

ଆଶା, ଉନ୍ମାଦନା, ପ୍ରେମ, କାମ

ଯୋଡ଼ିଛି ସମ୍ପର୍କ ହୃଦୟେ ହୃଦୟେ

ଅଜଣା ଅଶୁଣା ନାମ ।


ପ୍ରେମ ପ୍ରଣୟରି ମୃଦୁ ଭାଷା ସିଏ

ମୋତେ ପୁଣି ଶିଖେଇଛି

ସୁଖେ, ଦୁଃଖେ ମୋତେ ସ୍ଥିତପ୍ରଜ୍ଞ ହୋଇ

ବଞ୍ଚିବାକୁ ସେ କହିଛି ।


ଛାଡିପାରିବିନି ମୁହିଁ କେବେ ତାକୁ

ମୋ ଜୀବନ ଥିବା ଯାଏଁ

ସାଥି ସିଏ ମୋର ଏଇ ଜନମ ର

ପ୍ରାଣ ଠୁ ବି ବଳି

ମୁଁ ଯେ ତାକୁ ଭଲ ପାଏ ।



Rate this content
Log in

Similar oriya poem from Inspirational