STORYMIRROR

Anju Behera

Tragedy

3  

Anju Behera

Tragedy

ମୁଁ ସୁନ୍ଦର

ମୁଁ ସୁନ୍ଦର

1 min
208

ମୁଁ ସୁନ୍ଦର,

ହୋଇପାରିଲିନି କାହା ମଥା ର ସିନ୍ଦୁର

ଭରିଦେଲି ଚକ୍ଷୁରେ ଅଶ୍ରୁ ଅଜସ୍ର

ମୁଁ ସୁନ୍ଦର,

ଦେଇପାରିଲିନି ସ୍ନେହ ମାତୃର

ନିଜ ହସ୍ତେ ଉଜାଡିଦେଲି ନିଜ ଘର

ମୁଁ ସୁନ୍ଦର,

ଗର୍ବ, ଅହଂକାର ମୋ ଠାରେ ସାର

ସ୍ନେହ, ପ୍ରେମ, ଶ୍ରଦ୍ଧା ଠାରୁ ବହୁଦୂର

ମୁଁ ସୁନ୍ଦର,

ରୂପରେ ଯେ ଅପ୍ସରୀ ସ୍ୱର୍ଗ ର

ଗୁଣରେ ଅଲକ୍ଷ୍ମୀ ଘରର

ମୁଁ ସୁନ୍ଦର,

ଭାବିଥିଲି କରିବି ଘର ସଂସାର

ଅଭିମାନ କରିଦେଲା ସବୁ ଚୁରମାର

ମୁଁ ସୁନ୍ଦର,

ମିଛ ପ୍ରେମେ ପଡି ଛାଡିଦେଲି ହାତ ସ୍ୱାମୀ ର

ଏକା କରି ଚାଲିଗଲା ରସିକନାଗର

ମୁଁ ସୁନ୍ଦର,

ଆଜି ସବୁଅଛି ହେଲେ

କେହି ନାହାନ୍ତି ଆପଣାର

ମୁଁ ସୁନ୍ଦର,

ସାଜିଛି ମାଟି ପର୍ବତ ପାଦତଳର

ମାଡିଚାଲୁଛି ପାଦ ଅସଂଖ୍ୟ ଜନତାଙ୍କର ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy