STORYMIRROR

Anju Behera

Tragedy

3  

Anju Behera

Tragedy

ପ୍ରତୀକ୍ଷା

ପ୍ରତୀକ୍ଷା

1 min
222

ଲାଗେ ମୋତେ

ରାତ୍ରୀର ନିର୍ଜନ ପ୍ରହରେ

କେହି ଜଣେ ଡାକଦିଅନ୍ତି ମୋତେ

ମୋ ଝର୍କା ସେ ପାଖରୁ !

ଚିହ୍ନା ଚିହ୍ନା ଲାଗେ

ସ୍ୱର ଟିକ, ତାଙ୍କର

ଚିହ୍ନା ଲାଗେ ତାଙ୍କ ଝାପ୍ସା ମୁହଁ !

ଆମ ଜାତିଗତ ବିବିଧତା ଯୋଗୁଁ

ହିନ୍ଦୁ ମୁସଲିମ୍ ଦଙ୍ଗାରେ

ଯିଏ ମୋତେ ଛାଡି ଚାଲି ଯାଇଥିଲେ

କଳୁଷିତ ରାଜନୀତିର ଚାପରେ,

ତୁମେ ସେଇ ପ୍ରିୟତମ ନୁହଁ ତ ?

ଯାହାକୁ ମୁଁ ମାନି ସାରିଛି

ମୋ ମନରେ ମୋ ସ୍ୱାମୀ,

ମୋ ଖୁଦା, ପରମେଶ୍ୱର !

ନ ହେଲେ ଅଜଣା ଡାକରେ

ମୋ ସ୍ବେଦଶିକ୍ତ ଶରୀରରେ

ମଳୟର ସ୍ପର୍ଶ ମୁଁ ଅନୁଭବ କରୁନଥାନ୍ତି

କି ତମ ପ୍ରତୀକ୍ଷାର ଅନ୍ତ ପାଇଁ

ମୁଁ ଏମିତି ନିର୍ଜନ ପ୍ରହରେ

ତମକୁ ସ୍ବପ୍ନ ଦେଖୁନଥାନ୍ତି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy