STORYMIRROR

Sunanda Mohanty

Fantasy Thriller Others

4  

Sunanda Mohanty

Fantasy Thriller Others

ଶୂନ୍ୟତା

ଶୂନ୍ୟତା

1 min
11


ଜନସମାଜ କୋଳାହାଳ

ପ୍ରକୃତିର ବିବିଧତା ମହୀତଳ

ନଈ ନାଳ ଫୁଲ ଫଳ

ଏତେ ସବୁ ଭିତରେ ମନ ହୃଦରେ

କାହିଁକି ଶୁନ୍ୟତା

କହନ୍ତି ଚକ୍ରପାଣି ପୁଣି ସେଇ କଥା

 ସହିନପାରି ପାତାଳେ ମାତା ସୀତା

ଦ୍ରୌପଦୀଙ୍କ ବିବଶତା

ଆଜିର ନାରୀଙ୍କ ଅବୋଧତା

ପୁରୁଷଙ୍କ ନିଷ୍କ୍ରିୟତା

ପ୍ରକୃତିର ଆକ୍ତାମାକ୍ତା

ଏସବୁ ଆଣିଛି ଶୁନ୍ୟତା

କରିବାକୁ ଜୀବନକୁ ପୂର୍ଣ୍ଣତା

କର୍ମ ଧର୍ମ ଜ୍ଞାନ ଗୁଣ ସଂହିତା

ଖୋଲିବାକୁ ହେବ ଦିବ୍ୟଚକ୍ଷୁ

ଆମ ଭିତରେ ଅଛି ନିଶ୍ଚୟ ସଞ୍ଚିତା

ପଢି ଭାଗବତ ଗୀତା

ରାମାୟଣ ମହାଭାରତ ଭୃଗୁସଂହିତା

ଶୁନ୍ୟତାରୁ ପାଇବାକୁ ପୂର୍ଣ୍ଣତା

ପୂର୍ଣ୍ଣକୁମ୍ଭ ଥୋଇ ଜାଳି ଅଜ୍ଞାନ ସଳିତା

ଜୀବନରେ ପାଇବାକୁ ପରିପୂର୍ଣ୍ଣତା

କାହିଁକି ଶୁନ୍ୟତା କାହିଁକି ଶୁନ୍ୟତା

ସଂସାରେ ଶୁନ୍ୟତା ସମ୍ପର୍କେ ଶୁନ୍ୟତା

ମନରେ ଶୁନ୍ୟତା ହୃଦରେ ଶୁନ୍ୟତା

ପ୍ରକୃତି ଓ ଧରାରେ ବି ଶୁନ୍ୟତା

କାହିଁକି କାହିଁକି ଏତେ ନୀରବତା

ନିର୍ଜ୍ଜନତା ଭିତରେ ଶୁନ୍ୟତା

ନୈବେଦ୍ୟରେ ଓଁ ଲେଖି

ପ୍ରକୃତିରୁ ଦେଖି ଶିଖି

ମାଧୁର୍ଯ୍ୟ ମୟୂଖ ମାଖି

ଶୁନ୍ୟତାରୁ ପରିପୂରର୍ଣ୍ଣତା ଆଡକୁ

 ଜାଳି ଆତ୍ମ ସମୀକ୍ଷା ସଂହିତା

ଶୁନ୍ୟତାରୁ ନିଶ୍ଚୟ ପରିପୂର୍ଣ୍ଣତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy