STORYMIRROR

Gobinda Chandra Sethi

Abstract Thriller

4  

Gobinda Chandra Sethi

Abstract Thriller

ଆସୁଛନ୍ତି ପ୍ରଭୁ ଶ୍ରୀରାମ ଲଲା

ଆସୁଛନ୍ତି ପ୍ରଭୁ ଶ୍ରୀରାମ ଲଲା

1 min
4

ଆସୁଛନ୍ତି ପ୍ରଭୁ ଶ୍ରୀରାମ ଲଲା

          ଅଯୋଧ୍ୟାରେ ଆଜି ଚାଲୁଛି ପାଲା ।

ପାଞ୍ଚଶହ ବରଷ ଥିଲେ ଅନ୍ତର୍ଧ୍ୟାନ

              କରୁଛନ୍ତି ପ୍ରଭୁ ଧରା ମଣ୍ଡନ ।

ସତେ ଫେରିଅଛି ତ୍ରେତୟା ଯୁଗ 

           ଅଯୋଧ୍ୟା ନଗରେ ଭାରି ସରାଗ ।

କଳିଯୁଗ ଲାଗେ ହୋଇଲା ଶେଷ

            ରାମ ରସାୟନ ଭାରତ ବର୍ଷ ।

ରାବଣ ଦାନବ ହେବେ ଦହନ

        ଯୋଗୀ ଋଷି ଜନେ ହେବେ ରକ୍ଷଣ ।

ଡେଉଁଛନ୍ତି ଦେଶେ ବାନର ସେନା

            ସଙ୍ଗରେ ଅଛନ୍ତି ପୁତ୍ର ଅଞ୍ଜନା ।

ମୁଖ୍ୟ ଦ୍ୱାରେ ପ୍ରଭୁ ସେ ଦ୍ୱାରପାଳ

            ତାଙ୍କରି ଆଦେଶ ସବୁ ସମ୍ବଳ ।

ଧରିଛନ୍ତି ହାତେ ବଜ୍ର ଓ ଧ୍ବଜା

           ସ୍ୱାଗତ କରନ୍ତି ଅଯୋଧ୍ୟା ପ୍ରଜା ।

ଘରେ ଘରେ ଜଳେ ଶ୍ରୀରାମ ଜ୍ୟୋତି 

           ଦେଶରେ ଚାଲିବ ଶ୍ରୀରାମ ନିତି।

ଧର୍ମ ଅର୍ଥ କାମ ମୋକ୍ଷ ପ୍ରାପତ

          ଦେଶରେ ହୋଇବ ପ୍ରଜାଙ୍କ ହିତ ।

ଶ୍ରୀଚରଣେ ପ୍ରଭୁ କରେ ନମନ

          କ୍ଷମା କର ଗୋପ ମୁଁ ହୀନ ଜନ ।।


Rate this content
Log in

Similar oriya poem from Abstract